ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦିଲ୍ଲୀଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ସାମିଲ ହୋଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ହୋଇଛି।ଓଡ଼ିଶା ପାଇଁ ଆସିଛି ଆଉ ଏକ ବଡ଼ ଖୁସି ଖବର।ଏଥର ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଇଥିବା ଓଡିଶାର ପ୍ରଜ୍ଞାପନ ମେଢ ସମସ୍ତ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି l ନାରୀ ସଶକ୍ତିକରଣର ବାର୍ତ୍ତା ସହ ଓଡ଼ିଶାର ସମୃଦ୍ଧ କଳା, ଭାସ୍କର୍ଯ୍ୟକୁ ନେଇ ପ୍ରସ୍ତୁତ ପ୍ରଜ୍ଞାପନ ମେଢ଼ର ଏହି ସଫଳତା ପ୍ରତିଟି ଓଡ଼ିଆଙ୍କୁ ଗର୍ବିତ କରିଛି।ବିଚାରକ ମଣ୍ଡଳୀ ଓଡିଶାର ପ୍ରଜ୍ଞାପନ ମେଢକୁ ସବୁଠୁ ଅଧିକ ପସନ୍ଦ କରିଛନ୍ତି ।
ତେବେ ଏହା ପଛକୁ ରହିଛି ଗୁଜରାଟ ରାଜ୍ୟର ପ୍ରଜ୍ଞାପନ ମେଢ ଏବଂ ତୃତୀୟ ସ୍ଥାନ ଅକ୍ତିଆର କରିଛି ତାମିଲାନାଡୁର ପ୍ରଜ୍ଞାପନ ମେଢ । ତେବେ ଏଥର ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର କଳା କାରିଗରୀ ଦେଖିବାକୁ ମିଳିଥିଲା । ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା । ଯାହାକି ଏବେ ଦିଲ୍ଲୀ ଦରବାରରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ବିଭାଗମାନଙ୍କ ଭିତରେ ସଂସ୍କୃତି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଏବଂ ଶିଖ୍ ରେଜିମେଣ୍ଟର ମାର୍ଚିଂ କଣ୍ଟିଜେଣ୍ଟ୍ ପ୍ରଥମ ସ୍ଥାନ ଅକ୍ତିଆର କରିଛି ବୋଲି ବିଶେଷ ସୂତ୍ରରୁ ଜଣା ପଡିଛି l