ହିଞ୍ଜିଳିରେ ନବୀନଙ୍କ ପ୍ରଚାର

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):– ପାଖେଇ ଆସୁଛି ବିଧାନସଭା ଓ ଲୋକସଭା ନିର୍ବାଚନ । ଜମୁଛି ନେତାଙ୍କ ନିର୍ବାଚନୀ ପ୍ରଚାର । ଏହି କ୍ରମରେ ଆଜି ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ତଥା ଦଳର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ବିଜେଡି ସୁପ୍ରିମୋ ଆଜି (ବୁଧବାର) ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତ କରି ପ୍ରତ୍ୟକ୍ଷ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ସେ ଗଞ୍ଜାମ ଜିଲ୍ଲାର ନିଜର ପାରମ୍ପରିକ ଆସନ ହିଞ୍ଜିଳିରେ ଏକ ଜନସଭାକୁ ସମ୍ବୋଧିତ କରୁଛନ୍ତି । ଏହାପରେ ଶେରଗଡ଼ରେ ଆଉ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ପ୍ରଚାର ସାରି ଅପରାହ୍ନ ଗୋଟାଏ ସୁଦ୍ଧା ଭୁବନେଶ୍ୱର ଫେରି ଆସିବେ । ୨୦୨୪ ନିର୍ବାଚନ ପାଇଁ ଆଜିଠୁ ନବୀନ ପ୍ରଚାର ମୈଦାନକୁ ଓହ୍ଲାଇଥିବାରୁ ତାଙ୍କ ଉପରେ ସମସ୍ତଙ୍କର ନଜର ରହିଛି । ସେହିପରି ଆସନ୍ତାକାଲି ନବୀନ ରାୟଗଡ଼ା ଯିବାର ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here