ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଶାରୁ ହଟିଲା ହିଟୱେଭ ୱାର୍ଣ୍ଣିଂ । ଆଜିଠାରୁ ତାପମାତ୍ରା ଧୀରେ ଧୀରେ ହ୍ରାସ ପାଇବ । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ କିମ୍ବା ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ । ମାର୍ଚ୍ଚ ୩୧ ଓ ଏପ୍ରିଲ ୧ ତାରିଖରେ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହେବ । ସେପଟେ ଏପ୍ରିଲ ୨ରୁ ୫ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପ୍ରିଲ ପହିଲାରୁ ରାଜ୍ୟରେ ବର୍ଷା ହେବ । ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ୨ ତାରିଖରେ ମାଲକାନଗିରି ଓ କୋରାପୁଟରେ ବର୍ଷା ହେବ । ସେହିପରି ୩ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ବର୍ଷାର ପରିମାଣ ଧିରେ ଧିରେ ବୃଦ୍ଧି ପାଇବ । ୩ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୪ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କଳାହାଣ୍ଡି ଓ ନବରଙ୍ଗପୁରରେ ବର୍ଷା ହେବ । ୫ ତାରିଖ ବେଳକୁ ବର୍ଷାର ପରିମାଣ ବଢ଼ିବା ସହ ୯ ଜିଲ୍ଲାରେ ବର୍ଷା ହେବ । ଜିଲ୍ଲା ଗୁଡ଼ିକ ହେଉଛି, ପୁରୀ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡି । ତେବେ ଜିଲ୍ଲାଗୁଡ଼ିକରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।