ଉପାନ୍ତରେ ଓଡ଼ିଶା ସରକାର ଙ୍କ ୱାଟରସେଡ ଯାତ୍ରା

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଉପାନ୍ତ ଇଲାକା ଶରଧାପୁର ଠାରେରେ ଅନୁଷ୍ଠିତ ହୋଇଯାଇଛି ଓଡ଼ିଶା ସରକାର ଙ୍କ ୱାଟରସେଡ ଯାତ୍ରା 2025 l ଏଥିରେ ସାମିଲ ହେଲେ ହଜାର ଶହଶହ ହିତାଧିକାରୀ ଙ୍କ ସହ ଅଞ୍ଚଳବାସି l ଜଳ, ଜମି, ଜଙ୍ଗଲ ର ସରଂକ୍ଷଣ ଉପରେ ଅବଗତ ହୋଇ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ର କାର୍ଯ୍ୟକାରିତା ନେଇ ହେଲେ ସଚେତନ l ବିଭିନ୍ନ ବିଭାଗ ର ଷ୍ଟଲ ବୁଲିବା ସହ ଅନେକ ଚାଷ ଏବଂ ତାର ଲାଭବନ ଉପରେ ଜାଣିଲେ ଉପାନ୍ତ ବାସି l ଖଡ଼ିଆଳ ଜଳବିଭାଜିକା ପ୍ରକଳ୍ପ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଜନପ୍ରତିନିଧି ଆୟୋଜନ କୁ କଲେ ଭୂରିଭୂରି ପ୍ରଶଂସା ।

 ଉପାନ୍ତ ବଣ ପାହାଡ଼ ଘେରା ସରଧାପୁର ଗାଁରେ ୱାଟରସେଡ ଯାତ୍ରା ୨୦୨୫ l ଏଥିରେ ସାମିଲ ହେଲେ ଶହଶହ ହିତାଧିକାରୀ ଙ୍କ ସହ ସ୍ଥାନୀୟ ଜନସାଧାରଣ l ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଉପରେ ହେଲେ ଅବଗତ ତାର ଲାଭ ନେବା ପାଇଁ କଲେ ଶପଥ l ଏ ହେଉଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ର ବଣ ପାହାଡ଼ ଘେରା ଉପାନ୍ତ ସରଧାପୁର ଗାଁ l ଏଠାରେ ଓଡିଶା ସରକାର ଙ୍କ ଖଡ଼ିଆଳ ଜଳ ବିଭାଜିକା ମୃତିକା ସରଂକ୍ଷଣ ପ୍ରକଳ୍ପ ଦ୍ୱାରା ଆୟୋଜନ ହୋଇଛି ୱାଟରସେଡ ଯାତ୍ରା 2025 l ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ସ୍ଥାନୀୟ ଜନପ୍ରତିନିଧି ମାନେ ଯୋଗଦେଇ ଲୋକଙ୍କୁ ସଚେତନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପଶୁ ସମ୍ପଦ, କୃଷି ସମ୍ପଦ, ଉଦ୍ୟାନ ବିଭାଗ, ମୃତିକା ସରଂକ୍ଷଣ, ମତ୍ସ୍ୟ ସମ୍ପଦ ଷ୍ଟଲ ଲାଗିଥିଲା ଏବଂ ଷ୍ଟଲ ବୁଲି ଲୋକେ ବିଭିନ୍ନ ବିଷୟ ରେ ଅବଗତ ହୋଇଥିଲେ l ମାଟି, ଜଳ କୁ କେମିତି ସରଂକ୍ଷଣ କରି ତାର ସୁରକ୍ଷା ଦେବା ଏବଂ ତାକୁ କେମିତି ସଦଉପଯୋଗୀ କରିବା ସେ ନେଇ କାର୍ଯ୍ୟକ୍ରମ ରେ ବାର୍ତ୍ତା ଦେଇ ସଚେତନ କରାଯାଇଥିଲା ଏଥିରେ ନିଶ୍ଚୟ ଆମେ ଉପକୃତ ହେବୁ ବୋଲି ବିଭାଗ କୁ ଧନ୍ୟବାଦ୍ ଦେଲେ ହିତାଧିକାରୀ l

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ରେ ଅଧିକାଂଶ ଚାଷୀ କେମିତି ଲାଭନ୍ୱିତ ହେବେ l ସେ ଉପରେ ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ବିଭିନ୍ନ ସହାୟତା ଉପରେ ଉପାନ୍ତ ବାସି ସଚେତନ କରିବା ଉଦ୍ଦେଶ୍ୟ ନେଇ ୱାଟର ସେଡ ଯାତ୍ରା 2025 କୁ ଆୟୋଜନ କରି ଏକ ସଚେତନତା ରଥ ଶୁଭରମ୍ଭ କରାଯାଇ ୱାଟରସେଡ ଯାତ୍ରା ମାଧ୍ୟମ ରେ ଲୋକଙ୍କୁ ସଚେତନ କରାଯାଇଥିଲା l ଏହି ଅବସରରେ ୱାଟର ସେଡ ଯୋଦ୍ଧା ଏବଂ ମହିଳା ମାନଙ୍କୁ ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ସମ୍ମାନିତ ମଧ୍ୟ କରାଯାଇଥିଲା l ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମ ରେ ଲୋକଙ୍କୁ ସଚେତନ କରାଯାଇ ଲୋକଙ୍କୁ ଦିନ ତମାମ ବାନ୍ଧି ରଖା ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ଅଧିକାରୀ, କର୍ମଚାରୀ ଯୋଗଦେଇ ଲୋକେ ସଚେତନ ହେଲେ ହିଁ ସରକାର ଙ୍କ ଯୋଜନା ର ସଫଳ ରୂପାୟନ ହୋଇ ଲୋକେ ଲାଭାନ୍ଵିତ ହୋଇପାରିବେ ବୋଲି ଉଭୟ ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ସହ ଜିଲ୍ଲାପାଳ କହିଛନ୍ତି ।

ସରକାର ଙ୍କ ଜଳ ବିଭାଜିକା ପ୍ରକଳ୍ପ ର ୱାଟର ସେଡ ଯାତ୍ରା ୨୦୨୫ କାର୍ଯ୍ୟକ୍ରମ କୁ ଉପାନ୍ତ ବାସି ବେଶ ପ୍ରଶଂସା କରିଥିବା ବେଲେ ବିଭିନ୍ନ ବିଷୟ ରେ ଅବଗତ ହୋଇଛନ୍ତି l ଆଗାମୀ ଦିନରେ ଏହାର ଲାଭ ସ୍ଥାନୀୟ ଅଞ୍ଚଳ ବାସୀ ଉଠାଇ ସରକାର ଙ୍କ ଯୋଜନା କୁ ସଫଳ କରିବେ ଏଥିରେ ସନ୍ଦେହ ନାହିଁ ।

LEAVE A REPLY

Please enter your comment!
Please enter your name here