ଓଡିଶାରେ ନିବେଶରେ ଯଥେଷ୍ଟ ସମ୍ଭାବନା ରହିଛି : ପ୍ରଧାନମନ୍ତ୍ରୀ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭୁବନେଶ୍ୱର ଜନତା ମୈଦାନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଶିଳ୍ପ ମହାକୁମ୍ଭ- ଉତ୍କର୍ଷ ଓଡିଶା କନକ୍ଲେଭ୍। ଦେଶ ବିଦେଶର ହଜାର ହଜାର ଶିଳ୍ପପତିଙ୍କ ଉପସ୍ଥିତିରେ ଦୁଇ ଦିନିଆ ଶିଳ୍ପ ମହାକୁମ୍ଭକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।ଜନତା ମୈଦାନରେ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋଦି ନିଜ ଉଦ୍‌ବୋଧନରେ କହିଛନ୍ତି, ଚଳିତ ଜାନୁଆରୀରେ ଓଡ଼ିଶାକୁ ଏହା ମୋର ଦ୍ୱିତୀୟ ଗସ୍ତ। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଓଡ଼ିଶାରେ ସବୁଠାରୁ ବଡ଼ ବ୍ୟାବସାୟିକ ସମ୍ମିଳନୀ। ବିକଶିତ ଭାରତ ନିର୍ମାଣରେ ପୂର୍ବ ଭାରତର ଯୋଗଦାନ ବହୁତ ରହିଛି। ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ବାଲିଯାତ୍ରାର ଐତିହାସିକ ସୁଖ୍ୟାତି ବଖାଣିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ଦକ୍ଷିଣପୂର୍ବ ଭାରତ ସହ ଓଡ଼ିଶାର ସମ୍ପର୍କ ବହୁ ପୁରୁଣା। ସିଙ୍ଗାପୁର ରାଷ୍ଟ୍ରପତି ମଧ୍ୟ ନିକଟରେ ଆସି ସମ୍ଭାବନାକୁ ଉଜ୍ଜ୍ବଳ କରିଛନ୍ତି। ଏହି ସମୟ ଠିକ୍‌ ସମୟ ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାକୁ ସମର୍ଥନ କରୁଛି ବୋଲି ମୋଦି କହିଛନ୍ତି।

ମୋଦି ନିଜ ସମ୍ବୋଧନରେ ମୋଦି କହିଛନ୍ତି, ବର୍ତ୍ତମାନ AIର ଯୁଗ, ମାତ୍ର ଭାରତ ପାଇଁ ଏହା ଆସ୍ପେରେସନ ଇଣ୍ଡିଆ। ଓଡ଼ିଶା ଏହି ଆସ୍ପେରେସନକୁ ପ୍ରତିନିଧିତ୍ୱ କରୁଛି। ଓଡ଼ିଶା ବହୁତ ଜଲଦି ଉଚ୍ଚରେ ପହଞ୍ଚିବ, ଯାହା କେହି କଳ୍ପନା କରି ନଥିବେ। ଓଡ଼ିଶାରେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ ଭରି ରହିଛି। ଆମକୁ ଚାହିଦା ଅନୁସାରେ ବଦଳିବାକୁ ହେବ, ଚାଲିବାକୁ ହେବ। ଓଡ଼ିଶାରେ ବହୁତ ସାରା ସମ୍ଭାବନା ରହିଛି। ପାରାଦୀପ, ଗୋପାଳପୁରରେ ପୁଞ୍ଜି ନିବେଶର ଅପାର ସମ୍ଭାବନା ରହିଛି। ଏଠାରେ ରେଲୱେ, ହାଇୱେ ସହ ଯୋଡ଼ି ହୋଇଥିବା ବହୁତ ପ୍ରକଳ୍ପ ଚାଲିଛି।ଓଡ଼ିଶା ବ୍ଲୁ ଇକନୋମି ରାଜ୍ୟ ତାଲିକାରେ ଯୋଡ଼ି ହୋଇଛି। ଆପଣ ଯେଉଁ ଶିଳ୍ପରେ ଥାଆନ୍ତୁ ନା କାହିଁକି MSMEକୁ ସପୋର୍ଟ କରନ୍ତୁ। ଶିଳ୍ପପତିମାନେ ଆଗେଇ ଆସି ସରକାରଙ୍କ ସହ ମିଶି କାମ କରନ୍ତୁ। ଖୁବ ଶୀଘ୍ର ଦେଶ ୫ ଟ୍ରିଲିଅନ ଅର୍ଥ ସମୃଦ୍ଧ ରାଷ୍ଟ୍ର ହେବ ବୋଲି ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ମୋଦି କହିଛନ୍ତି।

ତେବେ ଏହି କନକ୍ଲେଭରେ ଦେଶ ବିଦେଶର ନିବେଶକ, ପ୍ରତିନିଧି ଉପସ୍ଥିତ ଅଛନ୍ତି। କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ କରନ ଅଦାନୀ, ଦେବେଶ ଜୈନ, ଶୁଭ୍ରକାନ୍ତ ପଣ୍ଡା, ଟିଭି ନରେନ୍ଦ୍ରନ ଓ ସଜ୍ଜନ ଜିନ୍ଦଲ ଉପସ୍ଥିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here