ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଓଡିଶା

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ଓଡିଶା । ଗ୍ରୀଷ୍ମ ପ୍ରବାହର ସାଙ୍ଗକୁ ଗୁଳଗୁଳିରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନଜୀବନ । ତାପମାତ୍ରା ଏବେ ୪୦ ଡିଗ୍ରୀରୁ ଅଧିକ ରହିଛି । ଗ୍ରୀଷ୍ମ ପ୍ରବାହ ଯୋଗୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଗଜପତି ଜିଲ୍ଲା ମଧ୍ୟ ଏମିତି ଏକ ଭୌଗଳିକ ସ୍ଥିତିରେ ଅବସ୍ଥିତ ରହିଛି ଯାହାଦ୍ବାରା ସମସ୍ତ ରୁତୁର ପ୍ରଭାବ ଏଠିସସମାନ ଭାବରେ ପଡେ ତେଣୁ ଏଠି ପ୍ରତେକ ବର୍ଷ ମୁଣ୍ତ ଫଟା ଖରା ଅନୁଭୁତ ହୁଏ , ଗତ ଏକ ସପ୍ତାହ ହେଲା ପାରଳାଖେମୁଣ୍ଡି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।

ଖରା ତାତିରୁ ରକ୍ଷା ପାଇବା ପାଇଁ କିଏ ମୁଣ୍ଡରେ ଟୋପି, ଗାମୁଛା ପିନ୍ଧିଛି ତ ଆଉ କିଏ କଳା ଚଷମା ବ୍ୟବହାର କରୁଛି ତ ଆଉ କିଏ ଆଖୁ ରସ, ତରଭୁଜ ଓ ଲସି ପିଇ ଖରାର ସାମ୍ନା କରୁଛନ୍ତି । ଗରମ ଯୋଗୁଁ ଏଠାରେ ଥଣ୍ଡା ପାନୀୟର ବ୍ୟବହାର ବୃଦ୍ଧି ପାଇଛି। ଥଣ୍ଡା ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। ଅତ୍ୟଧିକ ଗରମ ଲୋକଙ୍କୁ କଲବଲ କରୁଥିବା ବେଳେ ଏଭଳି ମୁଣ୍ଡଫଟା ଗରମରେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲାଯାଇଥିବା ଜଳଛତ୍ର ଯାତ୍ରୀଙ୍କ ତଣ୍ଟି ଓଦା କରିବାକୁ ଜଳ ନାହିଁ କେବଳ ଛାତ୍ର ନାହିଁ ।

ସେପଟେ ପରିବେଶ ପ୍ରଦୂଷିତ ହେବା ସହ ଜଙ୍ଗଲ ନଷ୍ଟ ଏବଂ ପୋଡୁ ଚାଷ ତାପମାତ୍ରାର ବୃଦ୍ଧି ପାଇବାର କାରଣ ବୋଲି କୁହାଯାଉଥିବା ବେଳେ , ତେବେସ ତାପମାତ୍ରା ବୃଦ୍ଧି ଯୋଗୁଁ ଲୋକଙ୍କ ଚିନ୍ତା ବଢି ଯାଉଛି । ସନ୍ଧ୍ୟା ହେଲେ ହିଁ ଘରୁ ବାହାରକୁ ଆସୁଛନ୍ତି ଲୋକେ । ଜରୁରୀ କାମ ଥିଲେ ଛତା, ଟୋପି କିମ୍ୱା ମୁଣ୍ଡରେ ଗାମୁଛା ପକାଇ ଖରାକୁ ବାହାରୁଛନ୍ତି । ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲ୍ଲାରେ ଅଧିକାଂଶ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ରାସ୍ତାଘାଟ ଶୁନ୍‍ଶାନ୍‍ ରହୁଥିବା ଦେଖା ଦେଉଛି।

ତେବେ ଅଂଶୁଘାତର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ପୂର୍ବ ସତର୍କତା ଅବଲମ୍ବନ କରିବାକୁ ଜନସାଧାରଣଙ୍କୁ ସଚେତନ କରାଯାଇଛି। ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ବେଳେ ଜିଲ୍ଲା ଚିକିତ୍ସାଳୟରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲା ଚିକିତ୍ସାଧିକାରୀ। ସାରା ରାଜ୍ଯରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି ଏଥିପାଇଁ ତତଲା କଡେଇରେ ଭାଜି ହେଉଛନ୍ତି ଲୋକେ। ଆଗକୁ ଆହୁରି ଗୋଟିଏ ମାସ ଖରା ଅଛି ତେବେ ଅଂଶୁଘାତ ଯୋଗୁଁ କିଏ ଜୀବନ ସଂକଟରେ ନପଡୁ ସେଥିପାଇଁ ପ୍ରଶାସନ ସଜାଗ ରହିବା ଆବଶ୍ୟକ

LEAVE A REPLY

Please enter your comment!
Please enter your name here