ଶୀତରେ ଥରୁଛି ସାରା ଓଡିଶା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- କମୁଛି ପାରଦ, ବଢୁଛି ଶୀତ । ଶୀତରେ ଥରୁଛି ସାରା ଓଡିଶା । ଅଭ୍ୟନ୍ତରୀଣରୁ ଉପକୂଳ ସବୁଠି ଶୀତର ଅନୁଭବ ହେଉଥିବା ବେଳେ ଆସନ୍ତା ସପ୍ତାହେ ଯାଏ ଅର୍ଥାତ ୯ ତାରିଖ ଯାଏ ଶୁଖିଲା ପାଗ ରହିବ । ବିଶେଷ ଭାବେ ଶୀତର ପ୍ରକୋପ ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ । ଏହାସହ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଶନିବାର ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ କୁହୁଡ଼ି ପରିଲକ୍ଷିତ ହେବ । ଆଗାମୀ ୨ ଦିନ ପାଇଁ ଓଡ଼ିଶାର ଜିଲ୍ଲାଗୁଡିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହାପରଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ବିଭାଗ ପୂର୍ବାନୁମାନ କରିଛି । ଯେଉଁଥିପାଇଁ ଶୀତରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ । ତେବେ ଉତ୍ତର -ଉତ୍ତର ଉପକୁଳରୁ ବାୟୁ ପ୍ରବାହିତ ହେଉଥିବାରୁ ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଉଛି । ଏନେଇ ପାଣିପାଗ ବିଜ୍ଞାନୀ ସଂଜୀବ ଦ୍ବିବେଦୀ କହିଛନ୍ତି,” ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ସିଷ୍ଟମ ନାହିଁ । ୭ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆଗାମୀ ୨ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ନାହିଁ ।”

LEAVE A REPLY

Please enter your comment!
Please enter your name here