ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତଥା ଓଷ୍ଟାର ଗଞ୍ଜାମ ଜିଲ୍ଲା ଶାଖା । ଓଷ୍ଟାର ବହୁ କର୍ମକର୍ତ୍ତା ମାନେ ଆଜି ବ୍ରହ୍ମପୁର ସ୍ଥିତ ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯୋଗ୍ୟ ବିବେଚିତ ସମସ୍ତ ଉଚ୍ଚ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ଥିବା ନିୟମନୁଯାୟୀ ଚାକିରୀ ସର୍ତ୍ତାବଳୀ ସହ ପେନସନ୍‌ ପ୍ରଦାନ, ୨୨୬ ଓ ୩୯୯ ବିଦ୍ୟାଳୟ ଗୁଡ଼ିକୁ ସପ୍ତମ ବେତନ କମିଶନର ପ୍ରଦାନ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟକୁ ସରକାରୀ କରଣ, ଅବସର ସୀମା ୬୨ ବର୍ଷକୁ ବୃଦ୍ଧି ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଦାବି ରହିଛି ।

ତେବେ ଓଷ୍ଟାର ୨୧ଟି ଦାବିକୁ ପୂରଣ କରିବା ନେଇ ଗତ ୨୦୨୩ ମସିହା ଅଗଷ୍ଟ ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ସହିତ ବରିଷ୍ଠ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ଅଗଷ୍ଟ ୧୬ ରୁ ଚାରି ଦିନ ଧରି ଭୁବନେଶ୍ବରରେ ଓଷ୍ଟା ପକ୍ଷରୁ ଧାରଣା ମଧ୍ୟ ଦିଆଯାଇଥିଲା । ଆନ୍ଦୋଳନ ସମୟରେ ସରକାର ଦାବି ପୂରଣ ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଓହରିଥିଲୁ । କିନ୍ତୁ ସରକାର ପ୍ରତିଶୃତି ପାଳନ କରିନଥିବା ଯୋଗୁଁ ପୁଣି ଆଜି ଠାରୁ ଆନ୍ଦୋଳନକୁ ଓହ୍ଲାଇଛି । ଖୁବଶୀଘ୍ର ଯଦି ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଓଷ୍ଟା ଗଞ୍ଜାମ ଶାଖାର ସମ୍ପାଦକ । ଏହି ଧାରଣାରେ ଓଷ୍ଟାର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।

 

LEAVE A REPLY

Please enter your comment!
Please enter your name here