ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ହକି ଦଳର ଐତିହାସିକ ବିଜୟ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଶା ପୁରୁଷ ହକି ଦଳ ପ୍ରଥମ ଥର ଲାଗି ଜାତୀୟ ହକି ପ୍ରତିଯୋଗିତାର ଫାଇନାଲ୍‌ରେ ପହଞ୍ଚି ରାଜ୍ୟ ପାଇଁ ଗୌରବ ଆଣିଛି। ପୂର୍ବରୁ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ରେ କାଂସ୍ୟ ପଦକ ବିଜୟ ଥିଲା।ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ଦଳ ଇତିହାସ ରଚିଛି। ଓଡ଼ିଶା ପୁରୁଷ ହକି ଦଳ ପ୍ରଥମ ଥର ପାଇଁ ଜାତୀୟ ହକି ପ୍ରତିଯୋଗିତାରେ ବିଜୟୀ ହୋଇଛି। ତାମିଲନାଡୁରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରିଛି।ଏଥି ସହିତ ଓଡ଼ିଶା ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଓଡ଼ିଶାର ଏହି ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ ୨୦୧୬ରେ କାଂସ୍ୟ ପଦକ ବିଜୟ ଥିଲା।

ପ୍ରଥମ କ୍ବାର୍ଟରରେ ଯୁବ ଖେଳାଳି ରଜତ ଆକାଶ ତିର୍କୀ ଗୋଟିଏ ଗୋଲ ସ୍କୋର କରି ଓଡ଼ିଶାକୁ ଅଗ୍ରଣୀ କରାଇଥିଲେ। ପରେ ଦ୍ବିତୀୟ କ୍ବାର୍ଟରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ୍‌ ହୋଇନଥିଲା। ଫଳରେ ଓଡ଼ିଶା ଦଳ ୧-୦ରେ ଆଗୁଆ ରହିଥିଲା। ତୃତୀୟ କ୍ବାର୍ଟରରେ ଲାକ୍ରା ପ୍ରତାପ ଗୋଲ ଦେଇ ଓଡ଼ିଶାକୁ ୨-୦ରେ ଆଗୁଆ କରାଇଥିଲେ। ସେହିଭଳି ୪ର୍ଥ କ୍ବାର୍ଟରରେ ଲାକ୍ରା ସିଲାନନ୍ଦ ୩ଟି ଗୋଲ ଦେଇ ଓଡ଼ିଶାର ବିଜୟ ସୁନିଶ୍ଚିତ କରିଥିଲେ। ହରିୟାଣା ଦଳ ପକ୍ଷରୁ ୪ର୍ଥ କ୍ବାର୍ଟରରେ ଜୋଗିନ୍ଦର ସିଂହ ଗୋଲ ଦେଇ କମ୍‌ବ୍ୟାକ୍‌ କରିବାକୁ ଚେଷ୍ଟା କରିଥିଲେ। ହେଲେ ହରିୟାଣା ଦଳକୁ ଶେଷରେ ୫-୧ରେ ପରାସ୍ତ ହେବାକୁ ପଡ଼ିଛି।

LEAVE A REPLY

Please enter your comment!
Please enter your name here