ବଜ୍ରପାତରେ ଥରିଲା ଓଡ଼ିଶା : ଦିନକରେ ଗଲା ୧୧ ଜୀବନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- କାଳ ସାଜିଲା କାଳବୈଶାଖୀ । ଗୋଟିଏ ଦିନରେ ବଜ୍ରପାତ ନେଲା ୧୧ ଜୀବନ । ବଜ୍ରପାତ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ୨ ଜଣ, ଗଜପତି ଜିଲ୍ଲାରେ ଜଣେ, ବାଲେଶ୍ୱର ଜିଲ୍ଲାରେ ଜଣେ, ଯାଜପୁର ଜିଲ୍ଲାରେ ୨ଜଣ, ଢେଙ୍କାନାଳ ଜିଲ୍ଲାରେ ୨ ଜଣ ସମେତ କୋରାପୁଟ ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ଏକାଧିକ ଆହତ ହୋଇଥିବା ବେଳେ ଅନେକ ଗୃପପାଳିତ ପଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି । ସେପଟେ ଆହୁରି ୩ଦିନ ଯାଏଁ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବିଶେଷ କରି ମଧ୍ୟାହ୍ନ/ସନ୍ଧ୍ୟା ସମୟର ବଜ୍ରପାତ ଅଧିକା ହେବାକୁ ଥିବାବେଳେ ସତର୍କତା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here