ଆଇଟି ହବ୍ ହେବ ଓଡ଼ିଶା : ଅଶ୍ୱିନୀ ବୈଷ୍ଣବ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆସନ୍ତା ୨ରୁ ୩ ବର୍ଷ ଭିତରେ ଓଡ଼ିଶାକୁ ସୂଚନା ପ୍ରଯୁକ୍ତି (ଆଇଟି)ର ଏକ ପ୍ରମୁଖ ପେଣ୍ଠସ୍ଥଳୀରେ ପରିଣତ କରାଯିବ। ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଏଆଇ, ମେସିନ୍ ଲର୍ଣ୍ଣିଂ, ଆଇଓଟି, ଇଣ୍ଡଷ୍ଟ୍ରି ୨.୦ରେ ରାଜ୍ୟର ଯୁବବର୍ଗଙ୍କୁ କୁଶଳୀ କରିବା ପାଇଁ ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହଯୋଗକ୍ରମେ ଏ ଦିଗରେ ପ୍ରଥମ ପଦକ୍ଷେପ ନିଆଯିବା ଲାଗି ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପ୍ରବାସୀ ଭାରତୀୟ ଦିବସ ସମାରୋହରେ ‘ସବୁଜ ସଂଯୋଗ: ଦୀର୍ଘସ୍ଥାୟୀ ବିକାଶରେ ପ୍ରବାସୀଙ୍କ ଯୋଗଦାନ’ ଉପରେ ମତ ରଖି ଶ୍ରୀ ବୈଷ୍ଣବ କହିଥିଲେ ଯେ ସବୁଜ ଶକ୍ତି ଓ ଦୀର୍ଘସ୍ଥାୟୀ ବିକାଶ ପାଇଁ ପ୍ରଯୁକ୍ତିର ବିକାଶ ଗୁରୁତ୍ୱପୂର୍ଣ୍ଣ। ଭାରତ ସବୁଜ ଶକ୍ତି ଲକ୍ଷ୍ୟ ହାସଲ ଦିଗରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି। ବର୍ତ୍ତମାନ ଦେଶରେ ଉତ୍ପାଦିତ ଶକ୍ତିରେ ଅକ୍ଷୟ ଶକ୍ତିର ଭାଗ ୪୫ % ରହିଛି। ଭାରତ ଏହି କ୍ଷେତ୍ରରେ ଅଧିକ ଆଗକୁ ବଢ଼ିବା ପାଇଁ ପ୍ରଯୁକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ।

LEAVE A REPLY

Please enter your comment!
Please enter your name here