ଓଡିଶା ଝିଅକୁ ଦିଲ୍ଲୀରେ ଦୁଷ୍କର୍ମ

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ):- ପୁଣି ଏକ ଅଘଟଣ । ଓଡ଼ିଶାର ମହିଳାଙ୍କୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ । ଓଡିଶା ମହିଳାଙ୍କୁ ଦିଲ୍ଲୀର ସରାଇ କାଲେ ଖାନ୍ ଅଞ୍ଚଳରୁ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଦୁଷ୍କର୍ମ ପରେ ମହିଳା ଜଣକୁ ସରାଇ କାଲେ ଖାନ୍ ଅଞ୍ଚଳର ଏକ ପରିତକ୍ତ ଜାଗାରେ ଫୋପାଡ଼ି ଦିଆ ଯାଇଥିଲା । ଘଟଣା ସ୍ଥଳରୁ ଜଣେ ସେନା ଅଧିକାରୀ ମହିଳାଙ୍କୁ ଉଦ୍ଧାର କରିଥିଲେ । ସେନାଧିକାରୀ ମହିଳାଙ୍କୁ ଘଟଣା ସ୍ଥାନରେ ଦେଖି ପୋଲିସକୁ ଖବର ଦେଇଥିଲେ । ଦିଲ୍ଲୀ ଏମସ ରେ ମହିଳାଙ୍କୁ ଚିକିତ୍ସା କରାଯାଉଛି । କୋଉଠି ଏଭଳି ଅଘଟଣ ହୋଇଛି ତାହା କାରଣ ଅସ୍ପଷ୍ଟ । ପୋଲିସ ପାଇଁ ଏହା ଏକ ଚାଲେଞ୍ଜିଙ୍ଗ ଖବର । ତାକୁ ନେଇ ସ୍ପଷ୍ଟ ହୋଇପାରୁନାହିଁ । ପୋଲିସ ଯାହା ସିସିଟିଭି ଫୁଟେଜରୁ ଜାଣିବାକୁ ପାଇଛି । ଦୁଇ ଦିନ ତଳେ ମହିଳା ଜଣକ ସରାଇ କାଲେ ଖାନ୍ ଅଞ୍ଚଳରେ ବୁଲାବୁଲି କରୁଥୁଲେ ଏବଂ ଗୋଟିଏ ଏଟିଏମ ବୁଥ୍ ପାଖା ପାଖି ରାତ୍ରି ଯାପନ କରୁଥୁବା ନେଇ ଖବର ଆସୁଛି । ଯାହାକୁ ନେଇ ପୋଲିସ ମଧ୍ୟ ବିଭିନ୍ନ ଅନୁ ସନ୍ଧାନ ଆରମ୍ଭ କରିଛି । ମହିଳା ଜଣକ ଦିଲ୍ଲୀରେ କୌଣସି ଏକ ହସ୍ପିଟାଲରେ ନର୍ସ ଭାବରେ କାମ କରୁଥୁବାବା ସୂଚନା ମିଳିଛି । ଦୁଇ ମାସ ତଳେ ତାଙ୍କ ବାପା ମା ଦିଲ୍ଲୀ ଆସିକି ତାଙ୍କୁ ଘରକୁ ଯିବାକୁ କହିଥିଲେ ସେ ମନା କରିଥିଲେ ଘରକୁ ଯିବାକୁ । ସେ ବି ଏକ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି । କାହିଁକି ସେ ଘରକୁ ଯାଇନଥିଲେ ? ତାଙ୍କ ବାପା ମାଙ୍କ ସହ କଥା ହେଇପାରୁନାଥୁଲେ । ତାଙ୍କର ଫୋନ ହଜି ଯାଇଥିବା ଯାହା ସୂଚନା ମିଳୁଛି । ମହିଳାଙ୍କ ପରିବାର ଲୋକ ଜାଣିନଥିଲେ ସେ କୋଉଠି ଥିଲେ କଣ କରୁଥୁଲେ । ପୋଲିସର ବୟାନକୁ ଦେଖିଲେ ଅନେକ ଗୁଡିଏ ପ୍ରଶ୍ନ ଉଠୁଛି । ଏନେଇ ପୋଲିସ ତଦନ୍ତ କରୁଛି । ଏହାର ସତ୍ୟାସତ୍ୟ ପଦାକୁ ଆସି ପାରିବକି ନାହିଁ , ସେ ନେଇ ଆଶଙ୍କା ପ୍ରକାଶ ପାଉଛି ।

 

 

LEAVE A REPLY

Please enter your comment!
Please enter your name here