ଭୁଶୁଡିଲା ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ସେଠାରେ, କେହି ଶ୍ରମିକ ବା ଯନ୍ତ୍ରପାତି ନଥିଲା ବୋଲି କୁହାଯାଉଛି। ତେବେ ଅନ୍ୟ କୌଣସି ଆନୁଷଙ୍ଗିକ କାମ ହେଉଥିଲା ନା ନାହିଁ, କାହିଁକି ଟନେଲ୍‌ ଭୁଶୁଡ଼ିଲା ତାହା ତଦନ୍ତ ସାପେକ୍ଷ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ପୁରୁଣାକଟକରୁ-ଦଶପଲ୍ଲା ମଧ୍ୟରେ ମୋଟ ୮ଟି ଟନେଲ୍‌ ରହିଛି। ସେଥିରୁ ଆଡ଼େଣିଗଡ଼ସ୍ଥିତ ଟନେଲ୍‌ର ଦୈର୍ଘ୍ୟ ୪ କିଲୋମିଟର। କିଛିଦିନ ତଳେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି ଟନେଲ୍‌ଟି ଓଡ଼ିଶାର ସର୍ବବୃହତ୍‌ ରେଳପଥ ଟନେଲ୍‌ର ମାନ୍ୟତା ଲାଭ କରିବାକୁ ଯାଉଛି। କିନ୍ତୁ ସୋମବାର ହଠାତ୍ ଏହା ଭୁଶୁଡ଼ିପଡ଼ିବା ଜିଲ୍ଲାବାସୀଙ୍କୁ ବ୍ୟଥିତ କରିଛି।ସୂଚନା ଯୋଗ୍ୟ,ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ବଲାଙ୍ଗୀରରୁ ସୋନପୁର ଓ ଖୋର୍ଦ୍ଧାରୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଚଳାଚଳ ହେଲାଣି। କିନ୍ତୁ ବୌଦ୍ଧ ଓ ପୁରୁଣାକଟକ ପର୍ଯ୍ୟନ୍ତ ରେଳପଥର ସିଆର୍‌ଏସ୍‌ ପର୍ଯ୍ୟବେକ୍ଷଣ ଶେଷ ହୋଇଥିଲେ ବି ଏପର୍ଯ୍ୟନ୍ତ ଜିଲ୍ଲାକୁ ରେଳ ଚଳାଚଳ ଆରମ୍ଭ ହୋଇପାରି ନାହିଁ। ପୁରୁଣାକଟକରୁ ଦଶପଲ୍ଲା ମଧ୍ୟରେ ୮ଟି ଟନେଲ୍‌ ଥିବା ବେଳେ ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି। ଅବଶିଷ୍ଟ ରେଳପଥ ନିର୍ମାଣ କାମରେ ବିଶେଷ ଅସୁବିଧା ନଥିବାରୁ ଏହା ତ୍ବରାନ୍ବିତ ହେବା ସହ ଖୁବ୍‌ଶୀଘ୍ର ଜିଲ୍ଲାକୁ ନିତିଦିନିଆ ରେଳ ଗଡ଼ିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ଟନେଲ୍‌ ଭୁଶୁଡ଼ିବା ପରେ ଏହା ପୁଣି ବିଳମ୍ବିତ ହୋଇପାରେ ବୋଲି ଆଶଂକା କରାଯାଉଛି। ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି, ସୋମବାର ଅପରାହ୍ଣରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‌ର ନିର୍ମାଣଧୀନ ଟନେଲ୍‌ ନମ୍ବର ୪ରେ ଢିଲା (ଫସ୍‌ଫସିଆ) ମାଟି ଓ ଉକ୍ତ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ମାଟି ଧସିଛି। କିନ୍ତୁ କାର୍ଯ୍ୟରତ ଶ୍ରମିକ କିମ୍ବା ଯନ୍ତ୍ରପାତି ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ଏହି ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ ମଧ୍ୟ ପ୍ରଭାବିତ କରିବ ନାହିଁ। ସମସ୍ତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ଯୋଜନା ଅନୁଯାୟୀ କାମ ଜାରି ରହିଛି ବୋଲି ରେଳ ବିଭାଗ କହିଛି।

LEAVE A REPLY

Please enter your comment!
Please enter your name here