ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଏସଉଜେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବ୍ରହ୍ମପୁର ଠାରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।ଦାବି ମଧ୍ୟରେ ପ୍ରମୁଖ ଗୋପବନ୍ଧୁ ବୀମା ଯୋଜନାରେ ବାପା ମା ଙ୍କୁ ସାମିଲ କରିବା ଓ ଏହାର ଅନୁଦାନ ବୃଦ୍ଧି କରିବା,ସାମ୍ବାଦିକ ଙ୍କ ୬୦ ବର୍ଷରେ ସଂସ୍ଥା ପକ୍ଷରୁ ଅବସର ନେବା ପରେ ଭତା ପ୍ରଦାନ, ମୃତ୍ୟ ପରେ ବିମା ରାଶି ବୃଦ୍ଧି କରିବା ,ଭୁବନେଶ୍ୱର ଠାରେ ସାମ୍ବାଦିକ ଭବନ ନିର୍ମାଣ କରିବା,ସାମ୍ବାଦିକ ଙ୍କ ନିମନ୍ତେ ସୁରକ୍ଷା ଆଇନ୍ ଆଣିବା ଭଳି ଦାବୀ କରାଯାଇଛି।
ଶାନ୍ତିପୂର୍ଣ୍ଣ ଭାବେ ସଂଘର ଜିଲ୍ଲା ସଭାପତି ବିଶ୍ଵନାଥ ମହାରଣା ଓ ସାଧାରଣ ସମ୍ପାଦକ ଦିଗାମ୍ବର ମହାରଣା ଙ୍କ ନେତୃତ୍ୱ ରେ ସଂଘର କୋଷାଧ୍ୟକ୍ଷ ନୀଳାଞ୍ଚଳ ସାହୁ,ରୂପକ ମହାନ୍ତି,ବାବୁଲା ପାଣିଗ୍ରାହୀ,ସମୀର ରଥ,ମନୋଜ କୁମାର ପାତ୍ର,କପିଲ ପାଢ଼ୀ,ଲଡୁ କିଶୋର ପାତ୍ର,ସୁରଥ କୁମାର ପଟ୍ଟନାୟକ,ଟୁଟୁ ମହାପାତ୍ର,ଶିବ ଦଳାଇ,ସତ୍ୟ ନାରାୟଣ ତ୍ରୀପାଠୀ,ନବ କିଶୋର ମହାରଣା,ପ୍ରଫୁଲ୍ଲ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଅନୁପସ୍ଥିତିରେ ତାଙ୍କ ଅତିରିକ୍ତ ସଚିବ ଦାବି ପତ୍ର ଗ୍ରହଣ କରିଥିଲେ।