ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆସନ୍ତା ୧୫ ତାରିଖରେ ପୂରିବ ରାସନ କାର୍ଡ e-KYC କଣ୍ଟ । ୧୫ ପରେ ଆଉ ବଢ଼ିବନି e-KYC ଅବଧି । ଅଯୋଗ୍ୟ ହିତାଧିକାରୀ କାର୍ଡ ନ ଫେରାଇଲେ କଠୋର ହେବେ ସରକାର । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, “e-KYC ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ l “ବର୍ତ୍ତମାନ ସୁଦ୍ଧା ୩୭ ଲକ୍ଷ ୮୫ ହଜାର ୪୯୬ କରିନାହାନ୍ତି e-KYC । ତେବେ e-KYC ନକଲେ କାର୍ଡ ସରେଣ୍ଡର ବୋଲି ଧରିନିଆଯିବ । ୮ ଲକ୍ଷ ଆୟକରଦାତା ହାତେଇଛନ୍ତି ରାସନ କାର୍ଡ । ବିଗତ ସରକାରରେ ସ୍ୱାସ୍ଥ୍ୟ କାର୍ଡ ହାତେଇବାକୁ ନେଇଥିଲେ ରାସନ କାର୍ଡ । ସେମାନଙ୍କ କାର୍ଡ ବି ରଦ୍ଦ ହେବ । ୧୨ ହଜାର ଚାକିରିଆ ଓ ବଡ଼ବଡ଼ିଆ ଫେରାଇଲେଣି କାର୍ଡ । ରାସନ କାର୍ଡ e-KYC ପାଇଁ ଫେବୃଆରୀ ୧୫ରେ ପୂରିବ କଣ୍ଟ । ବର୍ତ୍ତମାନସୁଦ୍ଧା ୩୭ ଲକ୍ଷ ୮୫ହାଜର ୪୯୬ ଜଣ ଲୋକ କରିନାହାନ୍ତି e-KYC । ୬ଦିନ ଭିତରେ ଅନ୍ୟ e-KYC କରି ଦେବାକୁ ପୁଣି ଅପିଲ କଲେ ଯୋଗାଣ ମନ୍ତ୍ରୀ । ୧୫ ପରେ ଆଉ e-KYC ଅବଧି ବଢ଼ାଇବେ ନାହିଁ ରାଜ୍ୟ ସରକାର । ତାପରେ ବି ଯେଉଁମାନେ KYC କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । e-KYC ନକଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟମାନେ କାର୍ଡ ନେଫରାଇଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ । ନୂଆ ଲୋକଙ୍କୁ ଯୋଡ଼ା ଯିବ । ୬ ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି ।”