ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ରରୁଆଁ ବ୍ଲକ୍ ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କଲେ ଜଙ୍ଗଲ ମନ୍ତ୍ରୀ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ୍ ଗସ୍ତରେ ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଆଜି ନିଜ ନିର୍ବାଚନ ମଣ୍ଡଳୀ ରରୁଆଁ ଗସ୍ତରେ ଆସି ପ୍ରଥମେ ନୁଆଗାଁ ସରକାରୀ ନୂତନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରିଥିବା ବେଳେ ନୂଆଗାଁ ପଖରି ହୁଡାରେ ମିଶନ ତାଳ କାର୍ଯ୍ୟ କ୍ରମରେ ତାଳ ଗଛ ଚାରା ରୋପଣ କରିଥିଲେ। ସେହିଭଳି ହିଣ୍ଡଳା ଗ୍ରାମର ଶନି ମନ୍ଦିରରେ ବୃକ୍ଷ ରୋପଣ, ଘାଗରବେଡା ଥାନା ପରିସରରେ ବୃକ୍ଷ ରୋପଣ, ଘାଗରବେଢା ଶିଶୁ ମନ୍ଦିର ଠାରେ ଜନ୍ମାଷ୍ଟମୀ ଅବସରରେ ଯୋଗ ଦେଲେ ବୃକ୍ଷ ରୋପଣ, ସୋଲଗଡା ଉପ୍ରା ବିଦ୍ୟାଳୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଭେଟି ଆଲଚନା ପରେ ସ୍କୁଲ ପରିସରରେ ବୃକ୍ଷ ରୋପଣ ପରେ ଫଗୁ ଠାରେ ନୂତନ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି।
ସମସ୍ତ କାର୍ଯ୍ୟକ୍ରମ ରେ ରରୁଆଁ ବିଡ଼ିଓ ପ୍ରେମାନନ୍ଦ ବେହେରା, ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଏ ସି ଏଫ୍ ଫାଲଗୁନି ବେହେରା, ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁ, ଏ ସି ଏଫ୍ ମଦନ ମୋହନ ମହାନ୍ତି, ବନପାଳ ଜୟସିଂ ମହାନ୍ତି, ବନପାଳ ବ୍ରହ୍ମାନନ୍ଦ ବେହେରା ସମେତ ଅନ୍ୟ ଅଧୂକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ରେ ରରୁଆଁ ବ୍ଲକ୍ ଅଧ୍ଯକ୍ଷ ଅଜିତ୍ ତୀରିଆ ମଧ୍ୟ ନିଜର ଉପସ୍ଥିତି ଜାହିର କରିଥିବା ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟିର ଯଶିପୁର ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ଏବଂ କର୍ମୀ ମାନେ ମଧ୍ୟ ଯୋଗ ଦେଇଥିଲେ l