ନୂଆପଡା ( ବିପ୍ଲବୀ ପରିକ୍ରମା ):- ଡିସେମ୍ବର ଦୁଇ ରୁ ଆଠ ତାରିଖ ଯାଏ ମାଓବାଦୀ ଙ୍କ ପି.ଏଲ.ଜି.ଏ ସପ୍ତାହ । ୨୩ ବର୍ଷ ପୂର୍ତ୍ତି ଅଵସରରେ ମାଓବାଦୀମାନେ ଏହି ସପ୍ତାହକୁ ଜୋରସୋର ରେ ପାଳନ କରିବା ପାଇଁ ଆହ୍ୱାନ କରିଛନ୍ତି । ଜିଲ୍ଲାର ନୂଆପଡା ଥାନା ସାରାବଙ୍ଗ ଗାଁ ପାଖ ରେ ଚାରିଟି ସ୍ଥାନରେ ଏହି ବ୍ୟାନର ଦେଖିବା କୁ ମିଳିଛି । ସମସ୍ତ ବ୍ୟାନର ଲାଲ ରଙ୍ଗ ର ହୋଇଥିବା ବେଳେ ବର୍ତ୍ତମାନ ପୋଲିସ ଉଦ୍ଧାର କରି ତଦନ୍ତ ଚଳାଇଛି । ପି.ଏଲ.ଜି.ଏର ୨୩ ବର୍ଷ ପୂର୍ତ୍ତି ଅବସରରେ ୨ ରୁ ୮ ଡିସେମ୍ବର ପର୍ଯ୍ୟନ୍ତ ଜୋର ସୋର ରେ ପାଳନ କରିବାକୁ ଅପିଲ କରିଛନ୍ତି । ଲଗାଯାଇଥିବା ବ୍ୟାନରରେ ଯୁବକ ଯୁବତୀଙ୍କୁ ଭର୍ତ୍ତି ହେବାପାଇଁ ଅନୁରୋଧ କରିଛନ୍ତି । ଏହାସହ ଜନମୁକ୍ତି ଛାପାମାର ସେନା ଜିନ୍ଦାବାଦ, ନବ ଯାନବାଦୀ କ୍ରାନ୍ତି ଜିନ୍ଦାବାଦ ଲେଖା ରହିଛି ବ୍ୟାନରରେ । ଏହାସହ ବ୍ୟାନରରେ ଭାରତର କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ବୋଲି ଉଲ୍ଲେଖ ରହିଛି । ଲାଲ ରଙ୍ଗର ବ୍ୟାନରରେ ଧଳା ଅକ୍ଷରରେ ସବୁ ଲେଖାଯାଇଛି । ସେପଟେ ବ୍ୟାନର ଦେଖିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।