ଦ୍ବିତୀୟ ଦିନରେ ଆରମ୍ଭ ହେଲା ରଥଟଣା, ଆଗ ଗଡିଲା ତାଳଧ୍ବଜ
ପୁରୀ ( ବିପ୍ଲବୀ ପରିକ୍ରମା ):- ଦ୍ବିତୀୟ ଦିନରେ ଆରମ୍ଭ ହେଲା ରଥଟଣା । ମରିଚିକୋଟ ନିକଟରୁ ରଥଟାଣିଲେ ଶ୍ରଦ୍ଧାଳୁ । ବଡଠାକୁର ବଳଭଦ୍ର ରଥ ଆଗେ ଗଡିଲା । ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜ ରଥକୁ ଟାଣି ନେଉଛନ୍ତି ଭକ୍ତ । ସକାଳୁ ସକାଳୁ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଜନ୍ମବେଦୀ ଅଭିମୁଖେ ଶ୍ରୀବିଗ୍ରହ । ଆଜି ଶରଧା ବାଲିରେ ପହଞ୍ଚିବ ତିନି ରଥ । ରଥାରୂଢ଼ କାଳିଆ ଠାକୁରଙ୍କୁ ଦେଖି ଧନ୍ୟ ମନେ କରୁଛନ୍ତି ଶ୍ରଦ୍ଧାଳି । ଗତକାଲି ସୂର୍ଯ୍ୟାସ୍ତ ହୋଇଯିବାରୁ ଅଧାରେ ଅଟକିଥିଲାଛି ରଥ । ମରିଚିକୋଟ ନିକଟରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଅଟକିଥିବା ବେଳେ ରାଜନଅର ଆଗରେ ଦେବୀ ସୁଭଦ୍ରାଙ୍କ ରଥ ଅଟିଥିଲା । ସିଂହଦ୍ବାର ଆଗରୁ ମାତ୍ର କେଇ ପାଦ ଆଗକୁ ଯାଇ ଅଟକିଥିଲା ନନ୍ଦିଘୋଷ ।