କରଞ୍ଜିଆ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରଜ ସଂକ୍ରାନ୍ତି ଅବସରରେ କରଞ୍ଜିଆ ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ମହୁଲି ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଏହାକୁ ପିଇ ଯୁବପୀଢୀ ବହୁ ବେଆଇନ କାର୍ଯ୍ୟ କରୁଥିବା ଯୋଗୁଁ କରଞ୍ଜିଆ ଅବକାରୀ ବିଭାଗ ଏହାକୁ ରୋକିବାକୁ ଉଦ୍ୟମ ଜୋରଦାର କରିଛି। ବିଶେଷ ଭାବରେ ଗାଁ ଗହଳିର ଜନଗହଳି ପୂର୍ଣ୍ଣ ସ୍ଥାନରେ ଏହା ବିକ୍ରି ହେଉଥିବା ଜାଣିବା ପରେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର ଓ ଉପ ଅଧିକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ ମତେ କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଂଜନ ନାୟକଙ୍କ ନେତୃତ୍ୱରେ ଏଏସଆଇ ଫୁଲମଣୀ ନାଏକ, କନଷ୍ଟେବଳ ଅଂଶୁମାନ ପରିଡ଼ା ଓ ଆଲୋକ ସୁତାରଙ୍କ ସହଯୋଗରେ ଆଜି କରଞ୍ଜିଆ ବ୍ଲକ କେରକେରା ପଞ୍ଚାୟତ ରାମଚନ୍ଦ୍ରପୁର ଠାରେ ମଟରସାଇକେଲ ଯୋଗେ ରାଜେନ୍ଦ୍ର ପୁର୍ତ୍ତି(୪୮) ୪୦ ଲିଟର ଦେଶୀ ମଦ ନେଉଥିବା ବେଳେ ଜବତ କରି ତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି। ତାଙ୍କ ବିରୋଧରେ ଅବକାରୀ କେଶ୍ (ପିଆର)ନମ୍ବର ୬୨/୨୫ ନମ୍ବର କେଶ୍ ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳରେ କିପରି ବେଆଇନ ଦେଶୀ ମହୁଲି ମଦ ଓ ବିଦେଶୀ ମଦ ବିକ୍ରି ଉପରେ ରୋକ ଲଗାଯାଇ ପାରିବ ସେ ବିଷୟରେ ଆଗକୁ ଚଢ଼ାଉ ଓ ଧରପଗଡ ଅଧିକ ଜୋରଦାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମହୁଲି ମଦ ବ୍ୟବସାୟୀମାନେ ଏହି ବ୍ୟବସାୟ ଛାଡ଼ି ଅନ୍ୟ କେଉଁ ବ୍ୟବସାୟ ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଛନ୍ତି।