ଠାକୁରମୁଣ୍ଡା ଠାରେ ମର୍ମନ୍ତୁତ ସଡ଼କ ଦୃଘଟଣା ଜଣେ ମୃତ୍ୟୁ ଜଣେ ଗୁରୁତର
ଠାକୁରମୁଣ୍ଡା ( ବିପ୍ଲବୀ ପରିକ୍ରମା ):- ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ ଗୋଡ଼ଭଙ୍ଗ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ୨ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ କଟକ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳ ରେ ଉତ୍ତେଜନା ଲାଗି ରହିଥିଲା ଲୋକମାନେ କ୍ଷତିପୂରଣ ଦାବି କରି ୫୩ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଥିଲେ ।ତେବେ ଘଟଣାରୁ ପ୍ରକାଶଯେ, ଠାକୁରମୁଣ୍ଡା ପଟରୁ ଏକ ବୋଲେରୋ ଯାହାର ନମ୍ବର OR02AV3044 ଆନନ୍ଦପୁର ଆଡକୁ ଯାଇଥିଲା । ଅପରାହ୍ନ ପ୍ରାୟ ୩ ଟା ବେଳେ ଗୋଡ଼ଭଙ୍ଗା ଘାଟି ଆରମ୍ଭ ବାଙ୍କରେ ବୋଲେରୋ ଏବଂ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ବାଇକ୍ ଚାଳକ ମାନେ ହେଲେ ଗୋଡ଼ଭଙ୍ଗା ଗ୍ରାମ ମହୁଲଗୋଠ ସାହିର କ୍ଷୀରୋଦ ସାମାଡ଼ ଓ ମନୋଜ କୁମାର ସାମାଡ଼ ଠାକୁରମୁଣ୍ଡା କୌଣସି କାମରେ ବାଇକ୍ ରେ ଆସୁଥିବା ବେଳେ ଗୋଡ଼ଭଙ୍ଗା ଠାକୁରାଣୀ ଶାଳ ଉଠାଣି ର ଶେଷ ବାଙ୍କରେ ମୁହାଁ ମୁହିଁ ହୋଇଥିଲେ । ବୋଲେରୋ ବାଇକ୍ ଚାଳକକୁ ଧକ୍କା ଦେଇ ବାଇକ୍ ସହ ଜଙ୍ଗଲକୁ ଘସାଡୀ ନେଇଥିଲା I
ଦୁର୍ଘଟଣା ପରେ ବାଇକ ଆରୋହୀଙ୍କୁ ୧୦୮ ଆମ୍ବୁଲାନ୍ସ ଜଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରେ କ୍ଷୀରୋଦ ସାମାଡ଼କୁ ଡାକ୍ତର ମୃତ ଘୋଷଣା କରିଥିଲେ | ଗୁରୁତର ଆହତ ମନୋଜ ସାମାଡ଼କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କ୍ଷୀରୋଦର ମୃତ୍ୟୁ ଖବର ସୂଚନା ପାଇ ଗ୍ରାମବାସୀ କ୍ଷତିପୂରଣ ଦାବୀ ନେଇ ଠାକୁରମୁଣ୍ଡା ଆନନ୍ଦପୁର ମୁଖ୍ୟ ରାଜ୍ୟ ରାଜପଥ (୫୩) କୁ ଅବରୋଧ କରିଥିଲେ | ବିଡ଼ିଓ ହୃଷିକେଶ ବେହେରା ଏବଂ ଠାକୁରମୁଣ୍ଡା ଥାନାଅଧିକାରିଣୀ ସାବିତ୍ରୀ ଦଳେଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡ଼କ୍ରସରୁ ପରିବାର ବର୍ଗଙ୍କୁ ୧୦ ହଜାର ଟଙ୍କାର ଚେକ ଦେବା ପରେ ରାସ୍ତା ଅବରୋଧ ହଟିଥିଲା l