ଅତିକମରେ ମାସେ ପର୍ଯ୍ୟନ୍ତ ମହଙ୍ଗା ରହିବ ପିଆଜ !

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);କେତେବେଳେ ଚକମା ଦେଉଛି କଞ୍ଚା ପରିବା ତ କେତେବେଳେ କନ୍ଦାଇଲାଣି ପିଆଜ । ସପ୍ତାହକରେ ପିଆଜ ଦର ବଢିଲାଣି ୩ ଗୁଣ । ଗତ ସପ୍ତାହରେ ୨୦ ଟଙ୍କା ଥିବା ପିଆଜ ଦର ଏବେ ଖୁଚୁରା ବଜାରରେ ୭୦ ଟଙ୍କାରେ ବିକ୍ରି ହେଉଛି । ଫଳରେ ଖାଉଟିଙ୍କ ଉପରେ ପଡ଼ିଛି ଚଡକ । ଦୀପାବଳି ସୁଦ୍ଧା ଦର ୧୦୦ ଛୁଇଁବ ବୋଲି କହିଲେଣି ବ୍ୟବସାୟୀ । କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତି ଓ ଆମଦାନୀ-ରପ୍ତାନୀ ନୀତିରେ ତ୍ରୁଟି ପାଇଁ କେବଳ ଓଡ଼ିଶା ନୁହେଁ ସାରା ଦେଶରେ ପିଆଜ ମହରଗ ପାଲଟିଛି । ଚାଷୀ ଉପଯୁକ୍ତ ମୂଲ୍ୟ ପାଉ ନଥିବା ବେଳେ କର୍ପୋରେଟ ମାଲାମାଲ ହେଉଥିବା ବ୍ୟବସାୟୀ ମହାସଂଘ କହିଛି । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାର ଏହାକୁ ନେଇ କେନ୍ଦ୍ର ସରକାରଙ୍କ ମୁଣ୍ଡବ୍ୟଥା ବଢିଯାଇଛି । କିନ୍ତୁ ଆଗାମୀ ମାସେ ପୂର୍ବରୁ ପିଆଜ ଦର କମିବାର ସମ୍ଭାବନା କମ ବୋଲି ବିଶେଷଜ୍ଞମାନେ କହିଛନ୍ତି ।ଇକନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଆସନ୍ତା ଅତି କମରେ ଏକ ମାସ ପୂର୍ବରୁ ପିଆଜ ଦର କମିବାର ସମ୍ଭାବନା ନାହିଁ । ଏହାର କାରଣ ହେଉଛି ସରକାର ପିଆଜ ଉପରେ ଲାଗୁ ରପ୍ତାନି ଶୁଳକକୁ ହଟାଇ ଦେଇଛନ୍ତି । ପୂର୍ବରୁ ପିଆଜ ରପ୍ତାନି ଉପରେ ୪୦ ପ୍ରତିଶତ ଶୁଳକ ଲାଗୁଥିଲା, ଏହାକୁ ଉଠାଇ ଦିଆଯିବା ପରେ ଘରୋଇ ବଜାରରେ ବିକ୍ରି କରିବା ଅପେକ୍ଷା ବିଦେଶକୁ ରପ୍ତାନି କରିବା ଅଧିକ ଲାଭଜନକ ହେଉଛି । ଏହି କାରଣରେ ଘରୋଇ ବଜାରରେ ଦର ବଢୁଛି ।ଅବଶ୍ୟ ନିକଟରେ ସରକାର ପିଆଜ ରପ୍ତାନିକୁ ନିୟନ୍ତ୍ରଣ କରିବାକୁ ସର୍ବନିମ୍ନ ରପ୍ତାନି ଦର ଧାର୍ଯ୍ୟ କରିଛନ୍ତି । କିନ୍ତୁ ଏହା ପିଆଜ ଦର କମାଇବାରେ ସେତେଟା ସହାୟକ ହୋଇପାରୁନାହିଁ । ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ପିଆଜର ଖରିଫ ଫସଲ ଆସିବା ପରେ ଦର କମିବା ଆରମ୍ଭ କରିବ ।

LEAVE A REPLY

Please enter your comment!
Please enter your name here