ଶିମିଳିପାଳରେ ପୁଣି ଅଫିମ ମାଫିଆ ସକ୍ରିୟ, ଲକ୍ଷାଧିକ ଟଙ୍କାର ଅଫିମ ଚାଷ ନଷ୍ଟ କଲା ପୋଲିସ୍ 

0

ଯଶିପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶିମିଳିପାଳ ଅଭୟାରଣ୍ୟ ଭିତରେ ପୁଣି ଅଫିମ ମାଫିଆ ସକ୍ରିୟ, ଲକ୍ଷାଧିକ ଟଙ୍କାର ଅଫିମ ଚାଷକୁ ନଷ୍ଟ କଲା ଯଶିପୁର ପୋଲିସ । କିଛି ଦିନ ପୂର୍ବରୁ ଠାକୁରମୁଣ୍ଡା ପୋଲିସ୍ ଓ ଅବକାରୀ ବିଭାଗ ଦ୍ଵାରା ଶିମିଳିପାଳ ଅଭୟାରଣ୍ୟ ଭିତରେ ଚାଲିଥିବା କୋଟି କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରାଯାଇଥିବା ବେଳେ ଆଜି ପୁଣି ଅଫିମ ଚାଷ ନଷ୍ଟ କରିଛି ଯଶିପୁର ପୋଲିସ । କୌଣସି ସୂତ୍ରରୁ ଖବର ପାଇ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବରେହିପାଣି ଗ୍ରାମ ପଞ୍ଚାୟତର ଅସନବଣୀ ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଅଫିମ ଚାଷ ନଷ୍ଟ କରିଛି ଯଶିପୁର ପୋଲିସ, ଏ ନେଇ ଯଶିପୁର ଥାନାରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରିବା ସହ ଅଫିମ ମାଫିଆ ମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ପୋଲିସ୍ ।

ତେବେ ବନବିଭାଗର ନାକତଳେ ଏହି ଅଫିମ ଚାଷ ଚାଲିଥିବା ବେଳେ ବନବିଭାଗର ଅଧିକାରୀମାନେ ଏହାର କିପରି ଏହାର ଟେର୍ ପାଉ ନି ଯାହାକୁ ନେଇ ତାହା ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

 

LEAVE A REPLY

Please enter your comment!
Please enter your name here