ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୟୂରଭଞ୍ଜ ଜିଲ୍ଲାରେ ନିଶା ବେପାର ଏବଂ ଚୋରା ଚାଲାଣ କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏବେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦ ଦେଶରେ ଅଫିମ ଚାଷ ହେବା ଭଳି ଖବର ମିଳିଛି । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ଶିମିଳିପାଳ ସଂଲଗ୍ନ ୩ଟି ଗ୍ରାମରେ ବେଆଇନ ଚାଷ ହୋଇଥିବା ୩୫ହଜାର ଅଫିମ ଗଛ ପୋଡି ନଷ୍ଟ କରାଯାଇଛି । ସୂଚନାରୁ ପ୍ରକାଶ କି ଯଶିପୁର ଥାନା ଅଧୀନସ୍ଥ ଶିମିଳିପାଳ ଅଭୟାରଣ୍ୟ ଜଙ୍ଗଲ ଭିତର ,ଅସନବଣୀ, ବନ୍ଦିରାପଶି ଓ ଫୁଲବଡିଆ ୩ଟି ଗ୍ରାମର ଆକପାଖ ନାଳ କଡ଼ରେ ଅଫିମ ମାଫିଆ ମାନେ ଚାଷ କରୁଥିବା କୌଣସି ବିଶେଷ ସୂତ୍ରରୁ ଅବକାରୀ ବିଭାଗ ଖବର ପାଇବା ପରେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ଉପ ଅଧିକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ତତ୍ତ୍ଵଧାନରେ ନୀରିକ୍ଷକ ସଞ୍ଜୟ କୁମାର କାଣ୍ଡିଙ୍କ ନେତୃତ୍ୱରେ କରଞ୍ଜିଆ ଅବକାରୀ ଓଆଇସି ରଶ୍ମି ରଞ୍ଜନ ନାୟକ, ଏଏସଆଇ ,ଫୁଲମଣି ନାଏକ ,କନେଷ୍ଟବଳ ପିତନାଥ ମୁର୍ମୁ, ଅଙ୍ଗସୁମାନ୍ ପରିଡ଼ା , ଆଲୋକ ସୂତାର ଏବଂ ଟିମ୍ ସହିତ ବନବିଭାଗ ମିଳିତ ଭାବେ ଚଢ଼ାଉ କରି ୩୫ହଜାର ଅଫିମ ଗଛ ଗୋଟି ଗୋଟି ଗଛ ଉପାଡି ଠୁଳ କରି କିରୋସିନି ଢାଳି ନିଆଁ ଲଗାଇ ନଷ୍ଟ କରା ଯାଇଥିବା ବେଳେ, ଏହାର ବଜାର ମୂଲ୍ୟ ୭୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଜଡ଼ିତଙ୍କ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ବୋଲି ଅବକାରୀ ବିଭାଗ ନିରୀକ୍ଷକ ସଞ୍ଜୟ କୁମାର୍ କାଣ୍ଡି ସୂଚନା ଦେଇଛନ୍ତି l