୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କୁ ହଟାଇବାକୁ ନିର୍ଦ୍ଦେଶ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନ ପୂର୍ବରୁ ବଡ ବଦଳି l ଓଡ଼ିଶାର ୮ ଅଧିକାରୀଙ୍କୁ ତୁରନ୍ତ ହଟାଇବାକୁ ଭାରତର ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

କଟକ ଜିଲ୍ଲାପାଳ ବିନିତ ଭରଦ୍ବାଜ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୱାରୀ, ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଧାଂଶୁଶେଖର ମିଶ୍ର, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ଼ଃ ଶ୍ରବଣ ବିବେକ ଏମ , ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଯୁଗଳ କିଶୋର ବନୋଥ୍, ରାଉରକେଲା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର, ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ କୱଁର ବିଶାଲ ସିଂହ ଏବଂ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହଙ୍କୁ ତୁରନ୍ତ ଦାୟିତ୍ବରୁ ହଟାଇବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here