ମୋହନା ମକା ଫାର୍ମର୍ସ ପ୍ରଡ୍ୟୁସର କମ୍ପାନୀ ତରଫରୁ ପ୍ରଥମ ବାର୍ଷିକ ସଭା ର ଆୟୋଜନ 

0

ଗଜପତି ( ବିପ୍ଲବୀ ପରିକ୍ରମା ):-  ମଙ୍ଗଳବାର ମୋହନା କଲ୍ୟାଣ ମଣ୍ଡପ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି, ଏବଂ ଆକସେସ୍ ଦ୍ୱାରା ମୁଖ୍ୟମନ୍ତ୍ରୀ ମକା ମିଶନ୍ ମାଧ୍ୟମରେ ପରିଚାଳିତ ମୋହନା ମକା ଫାର୍ମର୍ସ କମ୍ପାନୀ ତାର ପ୍ରଥମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ କରିଛି l ଏହି ସଭାରେ ମୋଟ ୫୨୫ ଜଣ ମହିଳା ସଦସ୍ୟା ଯୋଗ ଦେଇଥିଲେ। ମୋହନା ବିଡିଓ ଶ୍ରୀ ରାଜୀବ ଦାସଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରି କମ୍ପାନୀର କାର୍ଯ୍ୟକାରିତା ବିଷୟରେ ବୁଝାଇବା ସହ କମ୍ପାନୀ ର ନିର୍ଦେଶିକା ମଣ୍ଡଳୀ କୁ ଶପଥ ପାଠ କରାଇଥିଲେ, ଜିଲ୍ଲା ମୁଖ୍ୟ କୃଷି ଅଧିକାରି ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ସ୍ୱାଇଁ ମକା ଚାଷ ଉପରେ ବକ୍ତ୍ୟବ ରଖିଥିଲେ, ଡ଼ିଡ଼ିହେଚ ମଧ୍ୟ ମହିଳା ଚାଷୀ ମାନଙ୍କୁ କୃଷି କାର୍ଯ୍ୟକ୍ରମ ର ଉପକାରିତା ବିଷୟରେ ଭାଷଣ ରଖିଥିଲେ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀଯୁକ୍ତ ଟିମନ ବାରା ମିଶନ ଶକ୍ତି ଦ୍ୱାରା ପରିଚାଳିତ ସମସ୍ତ କାର୍ଯ୍ୟକ୍ରମ ତଥା ଉତ୍ପାଦିକା ସଙ୍ଗଠନ ବିଷୟରେ ବୁଝାଇଥିଲେ ଏବଂ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ରାମ ପ୍ରସାଦ ପାତ୍ର ମଧ୍ୟ ମୁଖ୍ୟ ମନ୍ତ୍ରୀ ମକା ମିଶନ ବିଷୟରେ ଉପସ୍ଥିତ ବୁଝାଇଥିଲେ ଏହା ସହ ଆକସେସ୍ ର ରାଜ୍ୟ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ମଲିକ ଇନପୁଟ ସେବାକୁ କିପରି ଭାବରେ ତ୍ୱରାନ୍ୱିତ କରାଯାଇପାରିବ ସେବିଷୟରେ ବୁଝାଇ ଥିଲେ।

କମ୍ପାନି ର ବିଓଡ଼ି ମାନେ ନିଜ ନିଜର ଦାଇତ୍ୱ ଏବଂ କର୍ତଵ୍ୟ ବିଷୟରେ ବୁଝାଇବା ସହ ବାର୍ଷିକ ବିବରଣୀ ପଠନ ଏବଂ ଆଗାମୀ ବର୍ଷ ର ବ୍ୟବସାୟ ଓ ବଜେଟ ବିଷୟରେ ଉପସ୍ଥାପନା କରିଥିଲେ ତଥା କମ୍ପାନୀ ଆଜି ସୁଦ୍ଧା ୨୦୮ ଜଣ ଅଂଶ ଧାରୀ ମାନଙ୍କୁ କମ୍ପାନୀ ରେ ଯୋଡ଼ି ବାରେ ସଫଳ ହେବା ସହ ଆଗାମୀ ବର୍ଷ ସୁଦ୍ଧା କମ୍ପାନୀ ୧୦୦୦ ଅଂଶ ଧାରୀ ଯୋଡିବାପାଇଁ ଲକ୍ଷ୍ୟ ରଖିଛି। ମକା ଉତ୍ପାଦନ ଓ ସଂଗ୍ରହ କରି ବାହାର ବଜାର ରେ ଉତ୍ତମ ଦରରେ ବିକ୍ରି କରି ଚାଷୀ ମାନଙ୍କୁ ଲାଭାନ୍ୱିତ କରିବେ ସେହି ବିଷୟରେ ନିଷ୍ପତ୍ତି ନେଇଛନ୍ତି।ଜିଲ୍ଲାସଂଯୋଜିକା ଶ୍ରୀମତୀ ରଂଜିତା ନାୟକ କାର୍ଯ୍ୟକ୍ରମକୁ ପରିଚାଳିତ କରିବା ସହ ଶେଷରେ ନିର୍ଦେଶିକା ମଣ୍ଡଳୀ ର ସଭାପତି ଉପସ୍ଥିତ ରହି ଅଂଶଧାରୀ ମାନଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସାଙ୍ଗ କରାଯାଇଥିଲା

LEAVE A REPLY

Please enter your comment!
Please enter your name here