ସୁରଟ୍ ରୁ ଫେରିବା ସମୟରେ ଟ୍ରେନ୍ ରୁ ଖସି ଓଡ଼ିଆ ଶ୍ରମିକର ମୃତ୍ୟୁ

0

ଗୋବରା  ( ବିପ୍ଲବୀ ପରିକ୍ରମା ):–  ଆଉ କିଛି ଘଣ୍ଟା ର ଯାତ୍ରା , ବାକି ରହିଥିଲା । ଟ୍ରେନ ରୁ ଓହ୍ଲାଇବା ପରେ ବ୍ରହ୍ମପୁର ରୁ ବସ୍ ଯୋଗେ , ଗାଁ କୁ ଆସିଥାନ୍ତେ । ଗାଁ ରେ ପହଞ୍ଚିଲେ , ନୂଆଁ ବର୍ଷ ଖୁସି ମନାଇଥାନ୍ତେ । ପରିବାର ଓ ସାଙ୍ଗ ସାଥି ଙ୍କୁ ଫୋନ୍ କରି ଜଣାଇଥିଲା , ନୂଆଁ ବର୍ଷ ପାଳନଏବଂ ମଜା-ମସ୍ତି ଧୁମ୍ ଧାମରେ କରିବାକୁ । ହେଲେ ଅଧା ରାସ୍ତାରେ ହିଁ ଟ୍ରେନ୍ ରୁ ଖସି , ଜୀବନ ହରାଇବାକୁ ପଡ଼ିଲା । ମୃତ ଯୁବକ ଜଣକ ଗଂଜାମ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗ୍ରାମର । ଘଟଣା ଟି ଘଟିଛି ବିଜୟନଗରମ ଷ୍ଟେସନ ନିକଟରେ । ହସ୍ତଗତ ହୋଇଥିବା ସୂଚନା ପ୍ରକାରେ , ଗୁଜୁରାଟର ସୁରତ୍ ସହରରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁ୍ଥିବା ବେଲଗୁଣ୍ଠା ବ୍ଳକ୍ ଗୋବରା ଗ୍ରାମର ନଟବର ଗୌଡ଼ଙ୍କ ସାନ ପୁଅ ସୁଶାନ୍ତ ଗୌଡ଼ ଓରଫ ଡିବା (୩୬) ନୂଆଁବର୍ଷ ଅବସରରେ ଘରକୁ ଫେରୁଥିବା ସମୟରେ ଟ୍ରେନ୍ ରୁ ଖସି ମୃତ୍ୟୁ ବରଣ କରିଥିବା ଖବର ମିଳିଛି

ସୂଚନା ପ୍ରକାରେ ସୁଶାନ୍ତ ସୁରଟରୁ ଅହମଦାବାଦ-ପୁରୀ ଟ୍ରେନରେ ଫେରୁଥିବା ସମୟରେ ଟ୍ରେନ ରୁ ଖସି ମୃତ୍ୟୁ ଘଟିଥିବା ଜଣାପଡିଛି l ପ୍ରକାଶ ଥାଉକି ନୁଆଁବର୍ଷ ବିଳମ୍ବିତ ରାତି ସମୟରେ ସୁଶାନ୍ତର ଘରକୁ ଫୋନ ଆସିଥିଲା ସୁଶାନ୍ତ ବିପଦରେ ଥିବାରୁ ବିଜୟନଗର ଷ୍ଟେସନକୁ ଆସିବା ପାଇଁ l ଖବର ପାଇ ଗୋବରା ସମିତିସଭ୍ୟ ବିଭୁପାଦ ଜେନା, ପୂର୍ବତନ ସରପଞ୍ଚ ପ୍ରତିନଧି ରାଧାସ୍ୱାମୀ ରାଜୁ, କାହ୍ନl ଗୌଡ଼, ଭିଣୋଇ ସଞ୍ଜୟ ଗୌଡ଼ ବିଜୟନଗର ଷ୍ଟେସନରେ ପହଞ୍ଚି ଜିଆରପି ପୋଲିସଙ୍କ ସହାୟତାରେ ସୁଶାନ୍ତର ଶବକୁ ଚି଼ହ୍ନଟ କରିଥିଲେ l ସିସିଟିଭି ଫୁଟେଜ୍ ଏବଂ ଜିଆରପି ପୋଲିସର ସନ୍ଧାନ କ୍ରମେ ଜଣାପଡ଼ିଛି ଯେ ସୁଶାନ୍ତ ବିଜୟ ନଗର ଷ୍ଟେସନ୍ ରେ ଓହ୍ଳାଇ ପୁଣି ଥରେ ଏକ ତାରିଖ ଦିନ ଗୋଟାଏରୁ ଦୁଇଟା ମଧ୍ୟରେ ବ୍ରହ୍ମପୁର ମେଲ୍ ରେ ଯିବା ସମୟରେ ବିଜୟନଗର ଠାରୁ କୋଡିଏ କିଲୋମିଟର୍ ଦୂର ଚିପୁରୁପଲ୍ଲୀ ଷ୍ଟେସନ୍ ନିକଟରେ ଖସି ପଡିଥିବା ସୂଚନା ମିଳୁଛି I ସେ ଖସି ପଡିବା ପରେ ସ୍ଥାନୀୟ ପୋଲିସ୍ ତାକୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତର ମୃତ୍ୟୁ ଘଟିଥିଲା I

ଆଜି ସୁଶାନ୍ତର ଶବକୁ ବିଜୟାନଗର ମେଡିକାଲ୍ ରେ ରଖାଯାଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ଶବକୁ ଗାଆଁକୁ ପଠାଯିବା I ସୁଶାନ୍ତର ମୃତ୍ୟୁ ଖବର ଗାଆଁରେ ପହଞ୍ଚିବା ପରେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି I ସୁଶାନ୍ତଙ୍କ ମାଆ, ବାପା, ବିଧବା ସ୍ତ୍ରୀ ଏବଂ ଚାରି ବର୍ଷର ପୁଅ ସମେତ ସମ୍ପର୍କୀୟଙ୍କ କାନ୍ଦ ବୋବାଳିରେ ଗୋବରା ଗାଁ ଫାଟି ପଡୁଛି I ସୁଶାନ୍ତ ପରିବାରର ଏକ ମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାର ଅସହାୟ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ସହିତ ତାର ଶବକୁ ଗ୍ରାମରେ ପହଞ୍ଚାଇବାର ବ୍ୟବସ୍ଥା କରିବା ପାଇଁ ସମିତିସଭ୍ୟ ବିଭୂପାଦ ଜେନା,ପୂର୍ବତନ ସରପଞ୍ଚ ପ୍ରତିନିଧି ରାଧାସ୍ଵାମୀ ରାଜୁଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି I ଏ ସଂକ୍ରାନ୍ତରେ ଭଂଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ , ସରକାରୀ ନିୟମ ପ୍ରକାରେ ଆବଶ୍ୟକୀୟ ସହଯୋଗ ଯୋଗାଇଦେବାକୁ ଉଦ୍ୟମ କରାଯାଉଥିବା ନେଇ କହିଥିଲେ ।

LEAVE A REPLY

Please enter your comment!
Please enter your name here