ଗଜପତି ( ବିପ୍ଲବୀ ପରିକ୍ରମା ):- ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା ଏବଂ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା କାର୍ଯ୍ୟକ୍ରମର ବାର୍ଷିକ କାର୍ଯ୍ୟର ଖସଡ଼ା ପ୍ରସ୍ତୁତ ନିମନ୍ତେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ତାବରଡା ଠାରେ ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ବ୍ଲକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ସ୍ଥାନୀୟ ବିଡିଓ ଲୋକନାଥ ଶବର, ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ଦାସ ଯୋଗଦାନ କରି ସରକାରଙ୍କ ବିଭିନ୍ନ ଯୋଜନାର ବିକାଶ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରି ଲୋକଙ୍କୁ ସଚେତନ କରାଇ ଥିଲେ। ବିଭିନ୍ନ ବିଭାଗର ସଚେତନତା ଷ୍ଟଲ ସବୁ ବୁଲି ଦେଖିଥିଲେ ଅତିଥି ଗଣ।
ସେହିଭଳି ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ଯୋହନ ମାଝୀ, ସାଂସଦ ପ୍ରତିନିଧି ରିଙ୍କୁ ପାଣି, ସରପଞ୍ଚ ତାବତି ବେହେର୍ଦଳାଇ, ସମିିତିସଭ୍ୟା ଏବିତା ରଇତ,ନାଏବ ସରପଞ୍ଚ ଅବୀୟ ରଇତ, ପ୍ରତ୍ୟେକ ଓ୍ବାର୍ଡ ସଭ୍ୟସଭ୍ୟା, ପଞ୍ଚାୟତର ଅଙ୍ଗନଓ୍ବାଡି, ଆଶାକର୍ମୀ, ଏସଏସଜି ମହିଳାଗଣ, ବୁଦ୍ଧିଜିବୀ ସମେତ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ ଏବଂ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ପିଇଓ ବି.ଲିଙ୍ଗରାଜୁ, ହର୍ଷ କୁମାର ଲୋହୋରା ଓ ଦେବ ରଞ୍ଜନ ଲୋହୋରା ପରିଚାଳନାରେ ସହଯୋଗ କରିଥିଲେ।