ରାଜ୍ୟ ବାହାରେ କୁକୁଡ଼ା ମଡ଼କ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ତେଲେଙ୍ଗାନାରେ ଏକ ଅଜଣା ରୋଗରେ କୁକୁଡା ମାନଙ୍କ ମୃତ୍ୟୁ ଘଟୁଛି। ଏହି ଅଜଣା ରୋଗର ଆତଙ୍କ ଖେଳି ଯାଇଥିବା ବେଳେ ମାତ୍ର ୪ ଦିନରେ ୩ହଜାର କୁକୁଡା ଛୁଆଙ୍କ ମୃତ୍ୟୁ ହୋଇଛି। କୋନ୍ନୁର ମଦନପୁରମ ମଣ୍ଡଳରେ ଏହି ଅଘଟଣ ଘଟିଛି। ବାର୍ଡ ଫ୍ଲୁ ଭଳି ଏହି ରୋଗରେ କୁକୁଡା ମାନଙ୍କ ମୃତ୍ୟୁ ହେଉଛି। ସ୍ଥାନୀୟ କୁକୁଡା ଫାର୍ମ ଗୁଡିକରେ ଏହି ଘଟଣାକୁ ନେଇ ଆତଙ୍କ ଖେଳି ଯାଇଛି। ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋନ୍ନୁର ମଦନପୁରମ ଜିଲ୍ଲା ମୁଖ୍ୟ ପଶୁ ଡାକ୍ତର କେ ଭେଙ୍କଟେଶ୍ବରଙ୍କ ଅନୁସାରେ ପ୍ରଥମେ ଏକ ଲୋକାଲ ଫାର୍ମରେ ଏହି ରୋଗ ଲକ୍ଷ୍ୟ କରାଯାଇଥିଲା। ଏହି ଫାର୍ମରେ ୫୫୦୦ ଚିକେନ ରହିଥିବା ବେଳେ ଫେବୃଆରୀ ୧୬ ତାରିଖରେ ପ୍ରଥମେ ପକ୍ଷୀ ମଡକ ଦେଖିବାକୁ ମିଳିଥିଲା। ପ୍ରତିଦିନ ଅନେକ କୁକୁଡ଼ାଙ୍କ ମୃତ୍ୟୁ ଘଟିଥିଲା l ନିକଟସ୍ଥ କୁକୁଡା ଫାର୍ମ ଗୁଡିକ ପଶୁ ଅଧିକାରୀ ମାନେ ଭ୍ରମଣ କରିବା ସହିତ ସଂକ୍ରମିତ କୁକୁଡା ମାନଙ୍କୁ ହତ୍ୟା କରୁଛନ୍ତି। ଏହା ସହିତ ସମସ୍ତ ଫାର୍ମ ମାଲିକଙ୍କୁ ବାୟୋ ସିକ୍ୟୁରିଟି ନିୟମ ମାନିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରାୟ ୩୦୦୦ କୁକୁଡ଼ାଙ୍କ ଏଯାବତ ମୃତ୍ୟୁ ଘଟିଥିବା ବେଳେ ମୃତ କୁକୁଡ଼ାଙ୍କ ମାନଙ୍କ ନମୂନା ପରୀକ୍ଷଣ ପାଇଁ ନିଆଯାଇଛି। ଏହା ସହିତ ପରୀକ୍ଷଣ ପରେ କେଉଁ କାରଣରୁ କୁକୁଡା ମାନଙ୍କ ମୃତ୍ୟୁ ହେଉଛି ତାହା ସ୍ପଷ୍ଟ ହେବ। ମୃତ କୁକୁଡା ମାନଙ୍କ ପରୀକ୍ଷଣ ପାଇଁ ଏକ ସ୍ବତନ୍ତ୍ର ଲାବୋରୋଟାରୀର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଅଜଣା ରୋଗ ଯେମିତି ଅନ୍ୟ ଜିଲ୍ଲାକୁ ନ ବ୍ୟାପେ ସେଥି ପ୍ରତି ସତର୍କ ରହିବା ପାଇଁ ସମସ୍ତ ଫାର୍ମ ମାଲିକଙ୍କୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here