୨୧ ଦିନ ପରେ ଅଟକ BSF ଯବାନଙ୍କୁ ଛାଡିଲା ପାକିସ୍ତାନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପାକିସ୍ତାନ ଟେନସନ ମଧ୍ୟରେ ଭାରତକୁ ମିଳିଛି ବଡ଼ ଉପଲବ୍ଧି । ଭାରତର ବିଏସଏଫ ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡିଲା ପାକିସ୍ତାନ । ୨୧ ଦିନ ପରେ ପାକିସ୍ତାନୀ ରେଞ୍ଜର୍ସମାନେ ଅଟାରୀ ୱାଘା ବର୍ଡରରେ ତାଙ୍କୁ ହସ୍ତାନ୍ତର କରିଛନ୍ତି । ୨୩ ଏପ୍ରିଲରେ ପିକେ ଶ’ ଭୁଲବଶତଃ ପାକିସ୍ତାନ ସୀମାକୁ ଚାଲିଯାଇଥିଲେ । ତାଙ୍କୁ ୨୧ ଦିନ ପରେ ଛାଡିଲା ପାକିସ୍ତାନ । ୨୩ ଏପ୍ରିଲ ୨୦୨୫ ଠାରୁ ପାକିସ୍ତାନ ରେଞ୍ଜର୍ସଙ୍କ ହେପାଜତରେ ଥିବା ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ’ଙ୍କୁ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ଅମୃତସରର ଜଏଣ୍ଟ ଚେକ୍ ପୋଷ୍ଟ ଅଟାରୀ ମାଧ୍ୟମରେ ଭାରତକୁ ହସ୍ତାନ୍ତର କରାଯାଇଛି । ଏହି ସ୍ଥାନାନ୍ତର ଶାନ୍ତିପୂର୍ଣ୍ଣ ଭାବରେ ଏବଂ ପ୍ରତିଷ୍ଠିତ ପ୍ରୋଟୋକଲ ଅନୁସାରେ କରାଯାଇଛି। ଗତ ୨୧ ଦିନ ଧରି ପାକିସ୍ତାନର ହେପାଜତରେ ଥିଲେ । ଭାରତର ଚାପରେ ପାକିସ୍ତାନ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶ ’ଙ୍କୁ ଗିରଫଦାରୀରୁ ମୁକ୍ତ କରିଛି।

LEAVE A REPLY

Please enter your comment!
Please enter your name here