ମହଙ୍ଗା ପଡ଼ିଲା ପାକ୍ ପ୍ରୀତି : ଭାରତୀୟ ବଜାରରେ ବ୍ୟାନ୍ ହେଲାଣି ତୁର୍କୀ ଫଳ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପାକିସ୍ତାନ ସହ ମିଶି ଭାରତ ଉପରେ ଆକ୍ରମଣ କରିବାକୁ ତୁର୍କୀ ଯେଉଁ ସାହାଯ୍ୟ କରିଥିଲା ତାର ଜବାବ ଦେଉଛି ଭାରତ । ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ଭାରତ ଉପରେ ଡ୍ରୋନ ହମଲା କରିବାକୁ ୪୦୦ ଡ୍ରୋନ୍ ପଠାଇଥିଲା ତୁର୍କୀ । ଖାଲି ଡ୍ରୋନ୍ ସାହାଯ୍ୟ କରିନଥିଲା ବରଂ ତୁର୍କୀର ଡ୍ରୋନ୍ ଅପରେଟର ବି ପାକିସ୍ତାନରେ ରହି ଭାରତ ଉପରେ ହମଲା ପାଇଁ ସୀମା ପାର ପରିଚାଳନା କରୁଥିଲେ । ଯାହା ପ୍ରମାଣିତ ହେବା ପରେ ଏବେ ତୁର୍କୀ ଉପରେ ଆକ୍ସନ ନେବାକୁ ଭାରତ ଅଣ୍ଟା ଭିଡ଼ିଛି । କୂଟନୈତିକ ସ୍ତରରେ ତ ସରକାର ତୁର୍କୀ ଉପରେ ଆକ୍ସନ ନେବେ ହେଲେ ବୈବସାୟିକ କ୍ଷେତ୍ରରେ ଏବେ ବଡ଼ ପ୍ରହାର ଦେଇ ତୁର୍କୀର ଅଣ୍ଟା ଭାଙ୍ଗିବାକୁ ଚେଷ୍ଟା କରିଛନ୍ତି ଭାରତୀୟ ବ୍ୟବସାୟୀ । ତୁର୍କୀରୁ ଆସୁଥିବା ସବୁ ଫଳକୁ ଭାରତ ବଜାର୍ ବ୍ୟାନ୍ କରିବା ଆରମ୍ଭ କରିଛି । ଦୁଇ ତିନି ଦିନ ହେବ ଭାରତ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ବ୍ୟବସାୟୀ ତୁର୍କୀ ଫଳକୁ ବ୍ୟାନ୍ କରିଛନ୍ତି । ସେପଟେ ଗତକାଲି ଓଡ଼ିଶାର ଭଦ୍ରକ ସମେତ ଦେଶର ବିଭିନ୍ନ ସ୍ଥାନରେ ତୁର୍କୀ ଫଳ ଉପରେ ରୋକ ଲଗାଇବାର ଚିତ୍ର ଆସିଥିବା ବେଳେ ଦିଲ୍ଲୀରେ ଗତକାଲି ତୁର୍କୀ ଦୂତାବାସ ଅଭିମୁଖେ ଯାତ୍ରା କରି ବିରୋଧ ପ୍ରଦର୍ଶନ କରାଯାଇଛି ।

LEAVE A REPLY

Please enter your comment!
Please enter your name here