ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଭାରତୀୟ ଜନସଂଘର (ବର୍ତ୍ତମାନ ବିଜେପି) ପ୍ରତିଷ୍ଠାତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ ତମ ଜୟନ୍ତୀ ବ୍ରହ୍ମପୁରରେ ପାଳିତ ହୋଇଯାଇଛି । ଭାରତୀୟ ଜନତା ପାର୍ଟିର ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତିଙ୍କ ନେତୃତ୍ବରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବରିଷ୍ଠ ନେତା ସୁନିଲ କୁମାର ସାହୁ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ପ୍ରବୀର ପାତ୍ରଙ୍କ ସହ ବ୍ରହ୍ମପୁର ବିଧାନସଭା ଅନ୍ତର୍ଗତ ସାତୋଟି ମଣ୍ଡଳରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳନ ଅବସରରେ ଯୋଗ ଦେଇଥିଲେ ।
୧୯୧୬ ସେପ୍ଟେମ୍ୱର ୨୫ ତାରିଖ ଆଜିର ଦିନରେ ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ଚନ୍ଦ୍ରଭାନ ଠାରେ ଜନ୍ମିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ୧୯୬୭ ମସିହାରେ ଜନସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଇଥିଲେ । ଆଜିର ଅଖଣ୍ଡ ଭାରତ ପ୍ରସଙ୍ଗ ହେଉ କିମ୍ବା କାଶ୍ମୀରରୁ ୩୭୦ ଧାରା ଉଛେଦ, ଭାରତର ଜାତୀୟତା, ସ୍ୱାଭିମାନ ଓ ସର୍ବୋପରୀ ଦେଶପ୍ରେମର ବହ୍ନି ଜାଳିଥିବା ଏହି ମହାପୁରୁଷ ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୀବନୀ ଉପରେ ବୋକ୍ତା ମାନେ ଆଲୋକପାତ କରିଥିଲେ ।