ବିପ୍ଲବୀ ପରିକ୍ରମା ବ୍ୟୁରୋ:- ବହୁ ପ୍ରତୀକ୍ଷିତ ତଥା ଜନସାଧାରଣଙ୍କ ଆକାଂକ୍ଷାକୁ ସମ୍ମାନ ଜଣାଇ ରେଳବାଇ ପକ୍ଷରୁ ହରିଦାସପୁର-ପାରାଦୀପ ରେଳ ଲାଇନ ଏବଂ କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀରୁ ନୂଆଦିଲ୍ଲୀ ଅଭିମୁଖେ ପାସେଞ୍ଜର ପରିବହନ କ୍ଷେତ୍ରରେ ଏକ୍ସପ୍ରେସ ସେବା ପୂରଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାରାଦୀପ – କେନ୍ଦୁଝରଗଡ଼ ଏବଂ ପୁରୀ – ଆନନ୍ଦ ବିହାର ଏକ୍ସପ୍ରେସ ଭାୟା କେନ୍ଦୁଝରଗଡ଼ ଟ୍ରେନକୁ ସୁବଳ ପତାକା ପ୍ରଦର୍ଶନ କରାଇ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ୱେଶ୍ୱର ଟୁଡୁ ଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଇଛନ୍ତି।
ଉଭୟ ଟ୍ରେନ୍ ଯାହା ସେମାନଙ୍କର ଉଦ୍ଘାଟନୀ ଯାତ୍ରାରେ ଶୁଭାରମ୍ଭ କରାଯାଇଥିଲା ତାହା ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରାଯାଇଥିଲା। ତେବେ, ପାରାଦୀପ-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନର ନିୟମିତ ସେବା ଉଭୟ ଦିଗରୁ ୮ମାର୍ଚ୍ଚ ୨୦୨୪ ରୁ ଆରମ୍ଭ ହେବ। ସେହିଭଳି କେନ୍ଦୁଝରଗଡ଼ ମାର୍ଗ ଦେଇ ପୁରୀ-ଆନନ୍ଦ ବିହାର-ପୁରୀ ଏକ୍ସପ୍ରେସ ପୁରୀ ଠାରୁ ୯ ମାର୍ଚ୍ଚ ୨୦୨୪ ଠାରୁ ଏବଂ ଆନନ୍ଦ ବିହାର ଠାରୁ ୧୦ ମାର୍ଚ୍ଚ ୨୦୨୪ ରୁ କାର୍ଯ୍ୟକାରୀ ହେବ।