ପାରଳାଖେମୁଣ୍ଡି ବିଜେଡିର ପ୍ରତିବାଦ ସଭା ଓ ଧାରଣା

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ): ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଦିବସକୁ ପଞ୍ଚାୟତ ରାଜ ଦିବସ ରୂପେ ପାଳନ ନକରିବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି  ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଶତାଧିକ କର୍ମୀ ଓ ନେତା  ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ଵରେ ଆଜି ହାଇସ୍କୁଲ ଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ  ପ୍ରତିବାଦ କରିବା ସହ ସରକାର ବିରୋଧୀ ନାରା ଦେଇ ଦୀର୍ଘ ସମୟ ଧରି ଧାରଣା ଦେଇଥିଲେ । ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ତିନି ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇ ଆସୁଥିବା ବେଳେ, ରାଜ୍ୟ ସରକାର ଏହାକୁ ମାର୍ଚ୍ଚ ୫ରେ ନକରି ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ , ଏହା  ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ । ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟର ମାନ୍ୟତା ପାଇଛି। ଏହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ହୋଇ ପାରିଥିବାରୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ତତ୍କାଳୀନ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନର ବିଜେପି ସରକାର ଏହି ନିଷ୍ପତିକୁ ବଦଳାଇ ଓଡ଼ିଶାର ଗୌରବକୁ କ୍ଷୁର୍ଣ୍ଣ କରିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ ଏହି ଅବିଚାର ପ୍ରତି ଓଡ଼ିଶାର ଜନ ସାଧାରଣ ବିଚାର କରିବେ |  ବିଜୁ ବାବୁ ଜଣେ ସ୍ୱାଧୀନତା ସଂଗ୍ରାମୀ, ତାଙ୍କରି ଅବଦାନ ଓଡିଶା ପ୍ରତି ଅତୁଳନୀୟ ସେଭଳି ବ୍ୟକ୍ତିତ୍ୱଙ୍କ ପ୍ରତି ଅସମ୍ମାନ ବରଦାସ୍ତ କରାଜୀବନାହିଁ । ରାଜ୍ୟରେ ବିଜେପି ସରକାରଙ୍କ ଏଭଳି ରଙ୍ଗ ବଦଳା ରାଜନୀତିକୁ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ପାରଳା  ବିଧାୟକ ରୁପେଶ ପାଣିଗ୍ରାହୀ  | ଏହି ପ୍ରତିବାଦ ସଭାରେ  ଜିଲପରିଷଦ ଅଧକ୍ଷ ଜି ତିରୁପତି ରାଓ , ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ , ପ୍ରଦୀପ ନାୟକ , ବସନ୍ତ ଦାସ , ଲକ୍ଷ୍ମୀକାନ୍ତ ପରିଛା , ଏସ ବାଲରାଜୁ , ପାରଳା  ପୌରପରିଷଦ ଅଧକ୍ଷ୍ୟା ନିର୍ମଳା ସେଠୀ , ଗୋଶାଣି ବ୍ଲକ ଅଧକ୍ଷଏନ ଭିର  ରାଜୁ , କାଶିନଗର ବ୍ଲକ ଅଧକ୍ଷ ବି ସାଇଆମା , ଗୁମା ବ୍ଲକ ଅଧକ୍ଷ
ସୁନେମି ମଣ୍ଡଳ ଙ୍କ ସମେତ ବିଜେଡ଼ି ର  ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ |
l

LEAVE A REPLY

Please enter your comment!
Please enter your name here