ପରଜା ଭାଷା ସଂସ୍କୃତି, ପରମ୍ପରା ଓ ପରଜା ଜାତିକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଦାବିପତ୍ର

0

 ମାଲକାନଗିରି (ହୃଷିକେଶ ସେଠୀ);ପରଜା ଜାତିକୁ ସ୍ଵତନ୍ତ୍ର ମାନ୍ୟତା ଦାବିରେ କମ୍ପି ଉଠିଲା ମାଲକାନଗିରି ଜିଲ୍ଲା । ମାଲକାନଗିରି ପରଜା ସମାଜ ବିକାଶ ପରିଷଦ, କର୍ମକର୍ତ୍ତା ପରଜା ଭାଷା ସଂସ୍କୃତି, ତଥା ପରମ୍ପରା ଓ ପରଜା ଜାତିକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଦିଆଯାଇଛି ବାବିପତ୍ର । ସୂଚନା ଅନୁସାରେ ମାଲକାନଗିରିର ଆଦିମାଧିବାସୀ ପରଜା ସମାଜ ଅନେକ ମୌଳିକ ଦାବି ଜଣାଇ ଆସୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାହାର କିଛି ସୁଫଳ ମିଳିନାହିଁ । ଜମି, ଜଳ, ଜଙ୍ଗଲ, ସ୍ବାସ୍ଥ୍ୟ, ଶିକ୍ଷା ଇତ୍ୟାଦି ସମସ୍ୟା ଗୁଡିକ ଜିଲ୍ଲାରେ ଲାଗି ରହିଥିବାରୁ ସବୁ ସମୟରେ ଜିଲ୍ଲାବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସବୁ ସମସ୍ୟା ସମ୍ବନ୍ଧରେ ବହୁବାର ସ୍ଥାନୀୟ ଜନ ପ୍ରତିନିଧି, ସ୍ଥାନୀୟ ପ୍ରଶାସନ ସମେତ ବହୁ ମନ୍ତ୍ରୀ ଆସି ସମସ୍ୟାର ସମାଧାନ କରିବାର ପ୍ରତିଶୃତି ଦେଇ ଯାଇଥିଲେ ସୁଦ୍ଧା ସେ ସମସ୍ତ ପ୍ରତିଶୃତି କାଗଜ କଲମରେ ସୀମିତ ହୋଇ ରହିଯାଇଛି । ଯାହାକୁନେଇ ଅସନ୍ତୋଷବଖାଣିଛନ୍ତି ସ୍ଥାନୀୟ ଲୋକେ । ତେଣୁ ଆଜି ପୁନର୍ବାର ପରଜା ସମାଜ ଦାବି ଗୁଡିକ ପୁରଣ ନିମନ୍ତେ ରାଜରାସ୍ତାରେ ଶହ ଶହ ପରଜା ସମାଜ ଏକ ବଡ଼ ଧରଣର ପଦ ଯାତ୍ରା କରି ଦାବି ଗୁଡିକ ଉପରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ରଖିଥିଲେ। ସ୍ଥାନୀୟ ଲୋକଙ୍କ ଦାବି ଗୁଡିକ ହେଲା ପାରେଙ୍ଗା ପରଜା ଭାଷାରେ ଶିକ୍ଷାଦାନ ଓ ଶିକ୍ଷକ ନିଯୁକ୍ତି କରାଯାଉ ଏହା ସହ ଲୋପ ପାଇ ଯାଉଥିବା ପାରେଙ୍ଗା ପରଜା ଭାଷାଓ ସଂସ୍କୃତିର ପୁନରୁଦ୍ଧାର ଓ ସରକାରୀ ମାନ୍ୟତା ପ୍ରଦାନ କରାଯାଇ ସୁବିଧା ସୁଯୋଗ ଯୋଗାଇବାକୁ ଦାବି ହୋଇଛି । ଏହା ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛି ସଂଘ।

LEAVE A REPLY

Please enter your comment!
Please enter your name here