ବିପ୍ଲବୀ ପରିକ୍ରମା ( ବିଜୟ କୁମାର ଗୌଡ଼ ):- ନିର୍ବାଚନ ଅୟୋଗଙ୍କ ଦ୍ୱାରା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଶାୟିଙ୍କ ଲବି ଯୋରଦାର ଆରମ୍ଭ ହୋଇଯାଇଛି । ସମସ୍ତ ରାଜନୈତିକ ଦଳରେ ଆରମ୍ଭ ହୋଇଛି ଟିକେଟ କସରତ । ଯଦି ଆଶାୟି ପାର୍ଥିଙ୍କୁ ଚଳିତ ନିର୍ବାଚନରେ ଟିକେଟ ନ ମିଳୁଛି ତେବେ ଅପେକ୍ଷା କରିବାକୁ ପଡିବ ଆହୁରି ପାଞ୍ଚ ବର୍ଷ । ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ସ୍ୱଷ୍ଠ ହୋଇନଥିବା ବେଳେ ପାରଳାଖେମୁଣ୍ଡି ଆସନ ପାଇଁ କିନ୍ତୁ ଉଭୟ ଦଳ ବିଧୟକ ଟିକେଟ ପାଇଁ ନିଜ ନିଜ ଦଳର ହାଇକମାଣ୍ଡଙ୍କ ନିକଟରେ ଯୋରଦାର ଲବି କରୁଥିବା କଥା ଚର୍ଚ୍ଚା ହେଉଛି । ଏହି ଆସନ ପାଇଁ ବିଜେଡି ନା ବିଜେପି କେହି କାହାକୁ ଏହି ଆସନ ଦେବାକୁ ନାରାଜ କାରଣ ବିଜେଡି ଓ ବିଜେପି ଉଭୟ ଏହି ନିର୍ବାଚନରେ ଏକା ଲଢି ପାରଳାଖେମୁଣ୍ଡି ଆସନରେ ବାଜି ମାରିବା ନେଇ ଦୃଢକ୍ତି ପ୍ରକାଶ କରିଛନ୍ତି । ମେଣ୍ଟ ହେଲେ କାହାକୁ ମିଳିବ ଟିକେଟ ଆଉ କିଏ କଟିବ ଏବଂ କଣ ରହିଛି ବର୍ତ୍ତମାନର ସ୍ତିତି ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳିରେ ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳିରେ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସର ସ୍ଥିତି ମଜବୁତ କରିବା ଦିଗରେ ତିନି ଦଳ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ବିଜେଡି ଓ ବିଜେପି ମେଣ୍ଟ ଚର୍ଚ୍ଚାର ବର୍ତ୍ତମାନ ସୁଧା କୌଣସି ପୁର୍ଣ୍ଣଛେଦ ପଡିନାହିଁ ଯଦି ମେଣ୍ଟ ହୁଏ ଉଭୟ ଦଳର ଅସନ୍ତୁଷ୍ଟ ନେତାଙ୍କୁ ନେଇ ଫାଇଦା ଉଠାଇବା ପାଇଁ ଚାତକ ଭଳି ଚାହିଁ ବସିଛି କଂଗ୍ରେସ । ତେବେ ଏଠି ପ୍ରଶ୍ନ ଉଠୁଛି ମେଣ୍ଟ ହେଲେ ବିଜେଡି ନା ବିଜେପି କେଉଁ ଦଳ ଶକ୍ତିଶାଳିଏବଂ କିଏ ହାତେଇବ ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ଟିକେଟ । ଉଭୟ ଦଳ ନିଜ ନିଜ ଆକଳନ ଅନୁଯାଇ ଶକ୍ତିଶାଳି ଅନୁମାନ କରୁଥିବା ବେଳେ ବିଜେଡି ଗତ ପଞ୍ଚାୟତ ନିର୍ବାଚନରେ ୭ ଗୋଟି ବ୍ଲକ, କାଶିନଗର ଏନ.ଏ.ସି ସହ ପାରଳାଖେମୁଣ୍ଡି ପୌରପରିଷଦକୁ ନିଜ ଅକ୍ତିଆରକୁ ନେଇଛି ଏବଂ ବର୍ତ୍ତମାନ ସ୍ଥିତିରେ ମଜବୁତ ରହିଛି ।
ଦଳ ଭିତରେ ଅନେକ ଆଶାୟି ରହିବା ସ୍ୱାଭାବିକ କିନ୍ତୁ ଟିକେଟ ଦୌଡରେ ରାଜ୍ୟ ସ୍ତରର ନେତାଙ୍କ ସହ ବ୍ୟକ୍ତିଗତ ଆଲୋଚନା ବେଳେ ପୃଥକ ଭାବେ ନିଜର ଟିକେଟ ପାଇଁ ଉଦ୍ୟମ କରୁଥୁବା ବିଜେଡି ରାଜ୍ୟ ନେତୃତ୍ୱ ବୃନ୍ଦଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ଯାହାକୁ ଟିକେଟ ମିଳିବ ସିଏ ଖୁସି ଯାହାକୁ ନ ମିଳିବ କାଳେ ବିଦ୍ରୋହି ହୋଇ କ୍ଷତି କରାଇବେ ବା ଦଳବଦଳର ଭୟ ମଧ୍ୟ ରହିଛି । କିନ୍ତୁ ଦଳରେ ଏପରି ବି କିଛି ନେତା ଅଛନ୍ତି ଯେଉଁମାନେ ଦଳ ପାଇଁ ସମର୍ପିତ ରହିବା ସହ ସାଙ୍ଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ପଞ୍ଚାୟତ ନିର୍ବାଚନରେ ପୁଣି ଥରେ ଦଳକୁ ମଜବୁତ ସ୍ଥିତିକୁ ଆଣିପାରିଛନ୍ତି ସେମାନଙ୍କୁ ଯଦି ଦଳ ଟିକେଟ ନଦିଏ ତେବେ ଦଳ ପାଇଁ ଏହା କ୍ଷତିକାରକ ପଦକ୍ଷେପ ହୋଇପାରେ ଏଥିରେ ସନ୍ଦେହ ନାହିଁ ।
ସେପଟେ ବିଜେପି ପଞ୍ଚାୟତ ନିର୍ବାଚନରେ ନୈରାସଜନକ ପ୍ରଦର୍ଶନ କରିଥିବା ବେଳେ ଏଥିପାଇଁ କଂଗ୍ରେସ ଦଳର ପାର୍ଥି କୌଣସି ପାର୍ଥି ଦେଇନଥିବା ଏବଂ ପ୍ରଶାସନ ବିଜେଡିକୁ ସହାୟତା କରିଥିବା କାରଣରୁ ପଞ୍ଚାୟତ ନିର୍ବାଚନରେ ବିଜେପି ଫଳପ୍ରଦ ହୋଇପାରିନଥିବା ପ୍ରକାଶ କରିଛନ୍ତି ବିଜେପି ଗଜପତି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓ । ଚଳିତ ନିର୍ବାଚନରେ ବିଧାନସଭା ଆସନରେ ପୁର୍ନବାର ବିଜୟ ହାସଲ କରିବା ନେଇ ଆଶା ପ୍ରକଟ କରିଛନ୍ତି ଶ୍ରୀ ରାଓ । ମେଣ୍ଟ ହେଲେ କିମ୍ବା ନ ହେଲେ ଏକାକି ଲଢି ବି ସେ ବିଜୟ ହେବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି । କାରଣ ମେଣ୍ଟ ହେଲେ ବିଜେଡି ଓ ବିଜେପି ଏକା ଲଢିବେ ଏବଂ ଯଦି ମେଣ୍ଟ ନ ହୁଏ ବିଜେପି ଏକା ଲଢିବ ଏବଂ ବିଜୟ ହେବା ନେଇ ଦୃଢକ୍ତି ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତି ବିଜେପିର ଗୋଟିଏ ବି ବ୍ଲକ ଅଧ୍ୟକ୍ଷ, ଏନଏସି କି ପୌରପରିଷଦ ଅଧ୍ୟକ୍ଷ ପଦ ନାହିଁ ତେବେ କିପରି ବିଜେପି ଚଳିତ ନିର୍ବାଚନରେ ବିଜୟ ହାସଲ କରିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିଧାୟକଙ୍କ ନିଜସ୍ୱ କିଛି ଭୋଟ ସହାୟକ ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।
ତେବେ ମେଣ୍ଟ ହେଉଛି କି ନାହିଁ , ମେଣ୍ଟ ହେଲେ କେଉଁ ଦଳ ହାତେଇବ ଟିକେଟ ବିଜେଡି ନା ବିଜେପି । ସେପଟେ ଭଭୟ ଦଳର କର୍ମିଙ୍କ ସହ ଯୋଗାଯୋଗରେ ରହିଛି କଂଗ୍ରେସ । ଯଦି ମେଣ୍ଟ ନହୁଏ ତାହାହେଲେ ଚଳିତ ନିର୍ବାଚନରେ ପାରଳାଖେମୁଣ୍ଡି ଆସନ ପାଇଁ ତିନି ଗୋଟି ଦଳ ମଧ୍ୟରେ ଯୋରଦାର ଟକ୍କର ଦେଖିବାକୁ ମିଳିପାରେ |