ମାର୍ଲବା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0

ରାୟଗଡ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାୟଗଡ଼ ଥାନା ଅନ୍ତର୍ଗତ ମାର୍ଲବା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ଯେଉଁଥିରେ ୨୦ଆହତ, ୪ଗୁରୁତର ହୋଇଥିବା ସୂଚନା ମିଳିଛି । ଘାଟି ଓହ୍ଲାଇଥିବା ବେଳେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ । ବ୍ରହ୍ମପୁରରୁ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲା ଏହି ଯାତ୍ରୀବାହୀ ବସ। ପ୍ରତ୍ୟେକ ମାସରେ ଏହି ସ୍ଥାନରେ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ବେଳେ ମଙ୍ଗଳବାର ସେହି ସ୍ଥାନରେ ପୁଣି ଏହି ପ୍ରକାର ଦୁର୍ଘଟଣା ଘଟିଛି । କହିବାକୁ ଗଲେ ଏକ ବହୁତ୍ ବଡ଼ ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀମାନେ । ତେବେ ସମସ୍ତ ଆହତ ଓ ଗୁରୁତର ମାନଙ୍କୁ ବ୍ରହ୍ମପୁର ସ୍ଥିତ ବଡ଼ ମେଡିକାଲକୁ ପଠାଯାଇଛି l

LEAVE A REPLY

Please enter your comment!
Please enter your name here