ଏମ.କେ.ସି.ଜି ରେ ରୋଗୀସେବା ଠପ, ବେସରକାରୀ ହସ୍ପିଟାଲ ମୁହାଁ ହେଉଛନ୍ତି ରୋଗୀ :: ପୁଣି ବଢ଼ିଲାଣି ଦଲାଲି ଙ୍କ ପ୍ରାଦୁର୍ଭାବ, ମଝିରେ ଗରିବ ହନ୍ତସନ୍ତ 

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ବ୍ରହ୍ମପୁର ସହର ସ୍ଥିତ ଏମକେସିଜି ମେଡିକାଲ ରେ ଅନେକ ଦିନ ହେବ ନର୍ସ ମାନଙ୍କ ୧୦ ଦଫା ପୂରଣ ପାଇଁ ଆନ୍ଦୋଳନ ଲାଗିରହିଛି l ଫଳରେ ରୋଗୀସେବା ବାଧାପ୍ରାପ୍ତ ହେଉଛି l ଗଞ୍ଜାମ ଜିଲ୍ଲା ସମେତ ଆଖପାଖ ଅନେକ ଜିଲ୍ଲା ଏହି ଡାକ୍ତରଖାନା ଉପରେ ନିର୍ଭରଶୀଳ l ଫଳରେ ରୋଗୀର ଜୀବନ ସହ ଖେଳୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି l

ଅନ୍ୟପଟେ ରୋଗୀଙ୍କ ଜୀଵନ ସହ ଖେଳି ଓ ଏସ୍ମା ନିୟମକୁ ବେଖାତିର କରି ୧୦ ଦଫା ଦାବି ପୂରଣ ପାଇଁ ଆନ୍ଦାଳନରେ ବସିଛନ୍ତି ନର୍ସିଙ୍ଗ କର୍ମଚାରି ସଂଘ। ଯାହା ଫଳରେ ବ୍ରହ୍ମପୁର Mkcg ମେଡିକାଲ କଲେଜର ବିଭିନ୍ନ ବିଭାଗରେ ରୋଗୀ ସେବାରେ ସାମାନ୍ୟ ବାଘ୍ୟାତ ଘଟିଛି। ନର୍ସ ଆନ୍ଦୋଳନକୁ ଦେଖି ସାଧାରଣତ ବାହାରୁ ଆସୁଥିବା ରୋଗୀ ଦଲାଲଙ୍କ ହାବୁଡେ ପଡି ବେସରକାରୀ ଚିକିତ୍ସା ବା ପ୍ରାଇଭେଟ ମେଡିକାଲ ମୁହାଁ ହେଉଛନ୍ତି। ଫଳରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଆର୍ଥିକଭାବେ ଶିକାର ହେଉଥିବା ମଧ୍ୟ ସୂଚନା ମିଳିଛି l ଏସବୁ ଭିତରେ ଦଲାଲ ନିଜର ଫାଇଦା ଉଠେଇବାରେ ଲାଗିପଡ଼ିଛି l ସେପଟେ ରୋଗୀଙ୍କୁ ସେବା ଯୋଗାଇବାରେ ବିଭିନ୍ନ ବିଭାଗର ଡାକ୍ତର ଓ ଟ୍ରେନିଂରତ ନର୍ସ ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ଧାରଣାରେ ବସିଥିବା ନର୍ସ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here