MKCG ରୁ ରୋଗୀ ଗାଏବ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ବଡ଼ ମେଡିକାଲ ମେଡ଼ିସିନ ୱାର୍ଡରୁ ରୋଗୀ ଗାଏବ ହୋଇଥିବା ସୂଚନା ମିଳିଛି l ୭୭୯ ନମ୍ବର ବେଡ଼ରେ ରୋଗୀ ସତ୍ୟଭାମା ବିଷୋୟୀ ଚିକିତ୍ସା ହେଉଥିବା ବେଳେ ଆଜି ସକାଳୁ କୁଆଡେ ଚାଲିଯାଇଥିବା ଜଣାପଡିଛି l ଏ ନେଇ ପରିବାରବର୍ଗ ଅଭିଯୋଗ କରିଛନ୍ତି l ଗତ ସୋମବାର ଦିନ ସ୍ୱାସ୍ଥ୍ୟ ଖରାପ ହେବାରୁ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଗଞ୍ଜାମ ସୋରଡ଼ା ରାଧାକୃଷ୍ଣପୁର ଅଞ୍ଚଳର ଅର୍ଜୁନ ବିଷୋୟୀଙ୍କ ସ୍ତ୍ରୀ ସତ୍ୟଭାମା ବିଷୋୟୀ l ସତ୍ୟଭାମାଙ୍କ ନିକଟରେ ସ୍ୱାମୀ, ଝିଅ ସବୁ ଉପସ୍ଥିତ ଥିଲେ କିନ୍ତୁ ଭୋର ସକାଳୁ ଶୌଚ କରିବାକୁ ନେଇ ବେଡ଼କୁ ଆଣିଥିଲେ l ପରେ ଉପସ୍ଥିତ ଥିବା ସମ୍ପର୍କୀୟ, ପରିବାର ସଦସ୍ୟ ଶୋଇଥିବା ସମୟରେ ସତ୍ୟଭାମା କେଉଁଆଡ଼େ ଗାଏବ ହୋଇଯାଇଥିବା କହିଛନ୍ତି ପରିବାରବର୍ଗ l ଏ ନେଇ ମେଡିକାଲ କତୃପକ୍ଷଙ୍କୁ ରୋଗୀଙ୍କ ସମ୍ପର୍କୀୟ ଜଣାଇବାପରେ ମେଡିକାଲ କତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି l ତେବେ ମେଡିକାଲ ଭିତରେ ସୁରକ୍ଷା କର୍ମୀ ପହରା ଦେଉଥିବା ବେଳେ ରୋଗୀ ଜଣକ କେମିତି କୁଆଡେ ଚାଲିଗଲେ ତାକୁ ନେଇ ଉଠିଛି ପ୍ରଶ୍ନ….!

LEAVE A REPLY

Please enter your comment!
Please enter your name here