ଦିନିକିଆ ଗଞ୍ଜାମ ଗସ୍ତରେ ପିସିସି ସଭାପତି ଭକ୍ତ ଚରଣ ଦାସ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଶନିବାର ଦିନିକିଆ ଗଞ୍ଜାମ ଗସ୍ତରେ ଆସି ବ୍ରହ୍ମପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଆଗାମୀ ଦିନରେ ତୃଣମୂଳ ସ୍ତରରେ କଂଗ୍ରେସ କୁ ସଦୃଢ଼ କରିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ।ରାଜ୍ୟରେ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା ବଢିଛି।ଚଳିତ ରଙ୍ଗ ଦିଆ ସରକାର ଶାସନରେ ବିଫଳ ହୋଇଛି ଏବଂ ବିଜେଡି ଦଳର ବର୍ତ୍ତମାନ ସ୍ଥିତି ହରାଇଛି, ତେଣୁ ଆଗାମୀ ଦିନରେ ଲୋକଙ୍କ ନିକଟତର ହେବାକୁ କର୍ମୀଙ୍କୁ କହିଥିଲେ। ବର୍ତ୍ତମାନ ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଘଟିଛି ବୋଲି ସେ କହିଥିଲେ।ଗଞ୍ଜାମ ଜିଲ୍ଲାରେ ଆଗାମୀ ଦିନରେ କର୍ମୀ ସମ୍ମିଳନୀ କରି କର୍ମୀଙ୍କୁ ଏକଜୁଟ କରାଯିବ ବୋଲି କହିଥିଲେ।

ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ପୂର୍ବ ସଭାପତି ଦୀପକ ପଟ୍ଟନାୟକ ,ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଜିଲ୍ଲା ପ୍ରଭାରୀ ପ୍ରଫୁଲ୍ଲ ପ୍ରଧାନ ଜି ଉଦୟଗିରି ବିଧାୟକ,ଆସ୍କା ସାଂସଦ ପ୍ରାର୍ଥୀ କଂଗ୍ରେସ ଦେବକାନ୍ତ ଶର୍ମା, ଜିଲ୍ଲା ସହ- ପ୍ରଭାରୀ ସୁଦୀପ୍ତ ଦାସ, ରବୀନ୍ଦ୍ର ଅଧିକାରୀ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।ପରେ ଅସ୍ଥାୟୀ ପୀଠରେ ମାଆଙ୍କୁ ଦର୍ଶନ କରିଲେ ପିସିସି ସଭାପତି ଭକ୍ତ ଦାସ।

LEAVE A REPLY

Please enter your comment!
Please enter your name here