କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଲଟି ପଡିଥିବା କୁକୁଡା ବୋଝେଇ ଗାଡିକୁ ସିଧା କଲେ ଓ ପରେ କିଛିଲୋକ ଜାଲି ଭାଙ୍ଗି କୁକୁଡା ବୋହି ନେଲେ। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦା ନିକଟରେ। ସୂଚନାନୁସାରେ ରବିବାର ସକାଳୁ ଅନୁଗୁଳରୁ କୁକୁଡ଼ା ବୋଝେଇ କରି ରାଇରଙ୍ଗପୁର ଅଭିମୁଖେ ଯାଉଥିବା ଏକ ପିକଅପ୍ ଚିଲିଦା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିବା ବେଳେ ଲୋକଙ୍କ ଭିଡ ମଧ୍ୟ ବଢି ଯାଇଥିଲା। ସ୍ଥାନୀୟ ଲୋକେ ଥଣ୍ଡା ପାଗରେ ଓଲଟି ପଡିଥିବା ପିକଅପକୁ ସିଧା କରିଥିଲେ। ମାତ୍ର ଏହାର ସୁଯୋଗ ନେଇ ଆଉକିଛି ଲୋକ ଗାଡିରେ ଲାଗିଥିବା ଜାଲିକୁ ଭାଙ୍ଗି କୁକୁଡା ଗୁଡ଼ିକୁ ଗୋଟେ ପରେ ଗୋଟେ ବୋହି ନେଇ ଯାଇଥିଲେ। ଯାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି।