ଆର୍‌ଜି କର ଦୁଷ୍କର୍ମ-ହତ୍ୟା ମାମଲା : ଅଭିଯୁକ୍ତ ସଂଜୟ ରାୟ ଦୋଷୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବହୁଚର୍ଚ୍ଚିତ କୋଲକାତାର ଆର୍‌ଜି କର ହସ୍ପିଟାଲ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟ ଦୋଷୀ ସାବ୍ୟସ୍ତ ହୋଇଛି। ଦେଶବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିବା ଏହି ବର୍ବର ଅପରାଧ ପାଇଁ ଆଜି ସିଆଲଦା ସିବିଆଇ କୋର୍ଟ ଅଭିଯୁକ୍ତ ସଂଜୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୨୪ ଅଗଷ୍ଟ ୯ ତାରିଖରେ ଏହି ଅପରାଧ ଘଟିବାର ୧୬୨ ଦିନ ପରେ ଏବଂ ଗତବର୍ଷ ନଭେମ୍ବରରେ ଏହି ମାମଲାର ‘ଇନ୍‌ କ୍ୟାମେରା’ ବିଚାରଣ (ବିଚାରପତିଙ୍କ ଚ୍ୟାମ୍ବରରେ ସ୍ବତନ୍ତ୍ର ଶୁଣାଣି) ଆରମ୍ଭ ହେବାର ୨ ମାସ ପରେ ଆଜି ଏହି ରାୟ ଆସିଛି। ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ବିଚାରପତି ଅନିର୍ବାଣ ଦାସ ଏହି ମାମଲାରେ ସଂଜୟ ରାୟକୁ ଦୋଷୀସାବ୍ୟସ୍ତ କରିବା ସହ ସୋମବାର ତା’ ବିରୋଧରେ ଦଣ୍ଡାଦେଶ ଶୁଣାଇବେ ବୋଲି କହିଛନ୍ତି। ଭାରତୀୟ ନ୍ୟାୟ ସଂହିତାର ଧାରା ୬୪ ଏବଂ ଧାରା ୬୬ ଓ ୧୦୩ (୧) ଅଧୀନରେ ସଂଜୟ ରାୟକୁ ମାମଲାରେ ଦୋଷୀସାବ୍ୟସ୍ତ କରାଯାଇଛି। ସୂଚନାଯୋଗ୍ୟ ଯେ ଧାରା ୧୦୩ ଅଧୀନ‌ରେ ସଂଜୟ ରାୟକୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ହୋଇପାରେ।

LEAVE A REPLY

Please enter your comment!
Please enter your name here