ଠାକୁରମୁଣ୍ଡା ( ବିପ୍ଲବୀ ପରିକ୍ରମା ):- ଶ୍ରମିକଙ୍କୁ ନେଇ ଆସୁଥିବା ପିକଅଫ ଭ୍ୟାନ ଓ କଣ୍ଟେନୋର ମୁହାଁମୁହିଁ ଧକ୍କା , ୨ ଗୁରୁତର ୬ ଆହତ। ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ୫୩ ନମ୍ବର ରାଜ୍ୟ ରାଜପଥ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତା ଗୋଡ଼ଭଙ୍ଗା ଘାଟିର ଠାକୁରାଣୀ ଶାଳ ବାଙ୍କରେ । ଆଜି ଅପରାହ୍ନ ସମୟରେ ଏକ କଣ୍ଟେନୋର ସହିତ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହୋଈ ପିକଅପ ଭ୍ୟାନ ରାସ୍ତା ଉପରେ ଓଲଟି ପଡିବାରୁ ୨ ଜଣ ଶ୍ରମିକ ଗୁରୁତର ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଦେଖିବାକୁ ମିଳିଛି।ସମସ୍ତ ଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଜରକ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଦୁବେଡା ଓ ଜରକ ଗ୍ରାମରୁ ଭୋର ସକାଳୁ ଏକ ପିକଅପ ଭ୍ୟାନ ଯୋଗେ ବିଲ କାମ କରିବାକୁ ଆନନ୍ଦପୁର ଉପଖଣ୍ଡ ଛେନପତି ନିକଟକୁ ଶ୍ରମିକ ମାନେ ଯାଇଥିଲେ।କାମସାରି ଅପରାହ୍ନ ରେ ପିକଅପ ଭ୍ୟାନ ଯୋଗେ ସମସ୍ତ ଶ୍ରମିକ ଠାକୁରମୁଣ୍ଡା ଫେରୁଥିବା ବେଳେ ଠାକୁରମୁଣ୍ଡା – ଆନନ୍ଦପୁର ରାସ୍ତା ଗୋଡ଼ଭଙ୍ଗା ଘାଟିର ଠାକୁରାଣୀ ଶାଳ ବାଙ୍କ ନିକଟରେ ଠାକୁରମୁଣ୍ଡା ପଟୁ ଯାଉଥିବା କଣ୍ଟେନୋର ସହିତ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଯାଇଥିଲା।
ଫଳରେ ଶ୍ରମିକ ନେଇ ଅସୁଥିବା ପିକଅପ ଭ୍ୟାନ ରାସ୍ତା ଉପରେ ଓଲଟି ପଡିଥିଲା।ଦୁର୍ଘଟଣା ପରେ ସମସ୍ତ ଆହତ ଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଘଷିପୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଭଦୁବେଡା ଗ୍ରାମର ସାବିତ୍ରୀ ନାଏକ ଓ ପଦ୍ମାବତୀ ନାଏକ ଗୁରୁତର ହୋଈ ଥିବା ବେଳେ ସେହି ଗ୍ରାମର ଭାନୁମତି ମହାନ୍ତ, ନକୀ ନାଏକ, ବସନ୍ତି ନାଏକ,ସୁଶୀଳା ନାଏକ, ଓ ଜରକ ଗ୍ରାମର ଅଜନ୍ତା ବେହରା ଓ ସାଇବାଣୀ ବେହେରା ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ର ଖବର ପାଇ ମହୁଲଡ଼ିହା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି l