ଦାରିଙ୍ଗିବାଡ଼ି ଘାଟିରେ ଓଲଟିଲା ପିକପ ଭେନ୍, ଦୁଇ ଗୁରୁତର

0

ଗଞ୍ଜାମ, ସୋରଡ଼ା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଦାରିଙ୍ଗିବାଡ଼ି ଘାଟିରେ ବଡ଼ ପଥର ସେଲଫି ପଏଣ୍ଟ ରେ ଭାରସାମ୍ୟ ହରାଇ ଓଲଟିଲା ପିକପ ଭେନ୍ । ଦୁଇ ଜଣ ଗୁରୁତର ।

ଗୁରୁତର ଦୁଇଜଣ ହେଲେ ସୋନୁ ମେଶରମ୍ ଓ ଅରୁଣ ମେଶରମ ଉଭୟ ରାୟପୁର ଅଞ୍ଚଳର ।

ତେବେ ଖବର ପାଇଁ ସୋରଡ଼ା ଅଗ୍ନିଶମବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜଣକୁ ଉଦ୍ଧାର କରିଥିବା ବେଳେଅନ୍ୟ ଜଣେ ଦୃଘଟଣା ଗାଡ଼ି ଭିତରେ ଚାପୀ ହୋଇ ରହିଥିବା ବେଳେ ଗାଡ଼ି କୁ କାଟି ଉକ୍ତ ଡ୍ରାଇଭର କୁ ଉଦ୍ଧାର କରିଛି ।

ତେବେ ରାୟପୁର ରୁ ମହେନ୍ଦ୍ରଗଡ ଲଙ୍ଗଳ ବୋଝେଇ କରି ଯାଉଥିବା ବେଳେ ଏପରି ଘଟିଛି ।

ତେବେ ଉଭୟ ଙ୍କ ଘର ରାୟପୁର ହୋଇଥିବା ବେଳେ ଉଭୟ ଙ୍କୁ ସୋରଡ଼ା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି ।ଘଟଣା ସ୍ଥଳରେ ସୋରଡା ପୋଲିସ ପହଞ୍ଚି ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here