ବନ ମହୋତ୍ସବରେ ବୃକ୍ଷରୋପଣ ଏବଂ ସଚେତନତା କାର୍ଯ୍ୟକ୍ରମ
କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- ବନ ମହୋତ୍ସବ ସାରା ଭାରତରେ ଜୁଲାଇ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପାଳିତ ହେଉଥିବା ବେଳେ କରଞ୍ଜିଆ ବନଖଣ୍ଡ ପକ୍ଷରୁ ବନ ମହୋତ୍ସବର ଷଷ୍ଠ ଦିନରେ ଵୃକ୍ଷରୋପଣ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବନ ମହୋତ୍ସବ ସପ୍ତାହରେ କରଞ୍ଜିଆ ସହରର ଅନେକ ଲୋକେ ବୃକ୍ଷକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଉତ୍ସାହ ଦେଖାଉଥିବା ବେଳେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ୫୦ ରୁ ଉର୍ଦ୍ଧ୍ବ ବଟ ଓ ଅଶ୍ୱତ୍ଥ ଚାରା ରୋପଣ କରି ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ ଏହି ବନ ମହୋତ୍ସବରେ କରଞ୍ଜିଆ ପଞ୍ଚାପୀଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କୁ ବୃକ୍ଷର ଆବଶ୍ୟକତା ଵିଶେଷକରି ବିଜୁଳି ଘଡଘଡି ସମୟରେ ତାଳ ଗଛର ଭୂମିକା ବିଷୟରେ ସଚେତନତା କରାଯାଇଥିଲା।
ଏହି ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଅତିରିକ୍ତ ତହସିଲଦାର ନିତ୍ୟାନନ୍ଦ ସେଠି, କରଞ୍ଜିଆ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର, ବିଡ଼ିଓ ସୁଶାନ୍ତ କୁମାର ସୁତାର, ଯୋଗ ଦେଇ ପ୍ରଥମେ ଅତିଥି ଗଣ ଉପସ୍ଥିତ ଥିବା ଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ଗଛ ଲଗେଇବା ଦ୍ୱାରା କଣ ଉପକାର ହୋଇଥାଏ ତାହାକୁ ନେଇ ନିଜ ଅଭିଭାଷଣ ରଖିଥିଲେ ଏବଂ ସମସ୍ତଙ୍କୁ ଗଛ ଲଗେଇବାକୁ ଅନୁରୋଧ କାରିଥିଲେ | ପରେ ବିଧାୟକ ଗଛ ଚାରା ନିକଟକୁ ଯାଇ ପୂଜାର୍ଚନା କରିବା ପରେ ସମସ୍ତ ଅତିଥି ଗଣ ଗଛ ଲଗେଇବା କାର୍ଯ୍ୟକ୍ରମ ଆରମ୍ଭ କାରିଥିଲେ |