ଆରମ୍ଭ ହେଲା PM ଆବାସ ଯୋଜନା ସର୍ଭେ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂତନ ହିତାଧିକାରୀ ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶୁକ୍ରବାର ପିପିଲି ଜଶୁଆପୁର ପଞ୍ଚାୟତ ଅର୍ଜୁନ ସିଂହପୁରରେ ଆରମ୍ଭ ହୋଇଛି ଗ୍ରାମୀଣ ଆବାସ ସର୍ଭେ । ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିଛନ୍ତି ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ହିତାଧିକାରୀମାନେ ଆବାସ ପ୍ଲସ ମୋବାଇଲ ଆପ୍ ଜରିଆରେ ଆବେଦନ କରିପାରିବେ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ । ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯୋଗ୍ୟତା ମାପଦଣ୍ଡରେ କୋହଳ କରିଛନ୍ତି ସରକାର । ହିତାଧିକାରୀଙ୍କ ପରିବାରର ମାସିକ ଆୟ ସୀମା ୧୦ ହଜାରରୁ ୧୫ ହଜାର କରାଯାଇଛି । ପରିବାରର ମାସିକ ଆୟ ୧୫ ହଜାର ଟଙ୍କା ଥିଲେ PMAY ପାଇଁ ଯୋଗ୍ୟ ବିବେଚିତ ହେବେ । ଦୁଇ ଚକିଆ ଯାନ, ଫ୍ରିଜ, ଲ୍ୟାଣ୍ଡ ଫୋନ ଥିଲେ ବି PMAY ପାଇଁ ଯୋଗ୍ୟ ବିବେଚିତ ହେବେ। ବାପାଙ୍କଠାରୁ ଅନ୍ୟତ୍ର ରହୁଥିବା ପୁଅ ବି ଆବେଦନ କରିପାରିବେ,ସ୍ବାମୀଙ୍କ ଠାରୁ ଅଲଗା ରହୁଥିବା ମହିଳା ବି କରିପାରିବେ ଆବେଦନ, ପୂର୍ବରୁ ଆବେଦନ କରିଥିବା ଆବେଦନକାରୀ ବି ପୁଣି ଥରେ ଆବେଦନ କରିପାରିବେ l ତେବେ ଦେଢରୁ ୨ ମାସ ଚାଲିବ ଆବାସ ସର୍ଭେ l ଆବେଦନକାରୀ ମାନେ ପଞ୍ଚାୟତ ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ମଧ୍ୟ ଆବେଦନ କରିପାରିବେ । ଏଥିପାଇଁ ବିଭାଗ ପକ୍ଷରୁ ପଞ୍ଚାୟତ ଗୁଡ଼ିକରେ ପଲ୍ଲିସଭା କରି ସଚେତନ କରାଯିବ ।

LEAVE A REPLY

Please enter your comment!
Please enter your name here