ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ଚିକିଟି ଏନ୍ଏସି ଅନ୍ତର୍ଗତ ଜେନାପୁର ଓ କରବାଲୁଆ ଗ୍ରାମରେ ବିଷାକ୍ତ ମଦ ପିଇ ୧୪ରୁ ଅଧିକ ଲୋକେ ଅସୁସ୍ଥ ହୋଇଥିଲେ।ସମସ୍ତ ଅସୁସ୍ଥଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ବିଷାକ୍ତ ମଦ୍ୟପାନ କରିବା ପରେ ସମସ୍ତ ଅସୁସ୍ଥ ହୋଇପଡ଼ିବା ସହ ସେମାନଙ୍କୁ ଝାଡ଼ାବାନ୍ତି ହୋଇଥିଲା । ଏହାସହ ମୁଣ୍ଡ ବୁଲାଇଥିଲା ଓ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥିଲା ।
ଆଇସିୟୁରେ ଭର୍ତ୍ତି କରାଯାଇ ଥିବା ଜୁର ବେହେରାଙ୍କ ଗତ କାଲି ରାତିରେ ମୃତ୍ୟୁ ହୋଇଥିଲା।ଜୁର ବେହେରା ଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳ ବାସୀ ଶବ ଧରି ଚିକିଟି ମୁଖ୍ୟରାସ୍ତା ରେ ଦୀର୍ଘ ୩ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅବରୋଧ କରିଥିଲେ।ପ୍ରଶାସନ ପକ୍ଷରୁ ବୁଝାମଣ। ସହ ପ୍ରତିଶ୍ରୁତି ସନ୍ଧ୍ୟା ୪ଟା ଭିତରେ ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯିବ। ପ୍ରତିଶୃତି ପରେ ଧାରଣା ରୁ ଶବ ଧରି ଉଠିଲେ ଗ୍ରାମବାସୀ ।