ବିଧାନସଭାରେ ପୋଲାଭରମ ତାତି : ମାଲକାନଗିରିର ବୁଡ଼ିଯିବ ୮ ଗାଁ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚିନ୍ତା ବଢାଇଲା ପୋଲାଭରମ । ବୁଡିଯିବ ମାଲକାନଗିରିର ୮ ରାଜସ୍ବ ଗ୍ରାମ । ଏହି ପ୍ରକଳ୍ପକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବାବେଳେ ରାଜ୍ୟସଭାରେ ଏନେଇ ଉତ୍ତର ରଖିଛନ୍ତି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ରାଜ ଭୂଷଣ ଚୌଧୁରୀ ।କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ରାଜ ଭୂଷଣ ଚୌଧୁରୀ କହିଛନ୍ତି, “ମାଲକାନଗିରିର ୮ ରାଜସ୍ବ ଗ୍ରାମ ବିଲୀନ ହୋଇଯିବ । ଫଳରେ ୧୦୦୨ ପରିବାର ପ୍ରଭାବିତ ହେବାର ଆଶଙ୍କା ରହିଛି ।” ରାଜ୍ୟସଭାରେ ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ପ୍ରଶ୍ନର ଏଭଳି ଉତ୍ତର ରଖିଛନ୍ତି ମନ୍ତ୍ରୀ। କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, “ସମସ୍ତଙ୍କ ସୁରକ୍ଷା ଆମର ପ୍ରାଥମିକତା ରହିବ । ଏଥିପାଇଁ ସରକାର ପ୍ୟାନେଲ ଏକ୍ସପର୍ଟ( PoE) ନିୟୋଜିତ କରିଛନ୍ତି ।” ଏହାସହ ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗରେ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ରାଜ ଭୂଷଣ ଚୌଧୁରୀ କହିଛନ୍ତି, ” ପୋଲାଭରମ ପ୍ରକଳ୍ପ ପାଇଁ ଓଡିଶାରେ ୬୪୮.୦୫ ହେକ୍ଟର ଚାଷ ଜମି ବୁଡିଯାଇପାରେ । ସେଥିରୁ ଜଙ୍ଗଲ ଜମି ରହିଛି ୧୦୨.୧୬ ହେକ୍ଟର ।

 

ଗତ ୬ ତାରିଖରେ ବିଧାନସଭାରେ ଉଠିଥିଲା ପୋଲଭରମ ପ୍ରସଙ୍ଗ । ଏନେଇ କଂଗ୍ରେସ ମୁଲତବୀ ପ୍ରସ୍ତାବ ଦେଇଥିବାବେଳେ ମାମଲା ଅଦାଲତରେ ବିଚାରଧୀନ ଥିବାରୁ ଏହାକୁ ଅଗ୍ରାହ୍ୟ କରିଥିଲେ ବାଚସ୍ପତି । ପୋଲାଭରମ ପ୍ରସଙ୍ଗ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ, “ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ଯେପରି ଆଗରୁ ଲଢେଇ କରୁଥିଲା । ସେମିତି ଲଢେଇ ଜାରି ରଖିବ ।” ଗୋଟିଏ ପଟେ ପୋଲାଭରମ ପ୍ରକଳ୍ପକୁ ନେଇ ମାଲକାନଗିରିବାସୀ ଆତଙ୍କିତ ଅଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ହଜାର ହଜାର ହେକ୍ଟର ଚାଷ ଜମି, ଜଙ୍ଗଲ ଜମି ଜଳମଗ୍ନ ହେବାର ଆଶଙ୍କା ରହିଛି । ଏହା ସହ ହଜାର ହଜାର ପରିବାର ଭିଟାମାଟି ଛାଡିବାର ଆଶଙ୍କା ଦେଖାଦେଇଛି ବୋଲି ବିରୋଧୀମାନେ ପୂର୍ବରୁ ଅଭିଯୋଗ କରି ଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here