ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ) :- ଜୀବନ ବଞ୍ଚାଇବାକୁ ଯାଇଥିଲେ କିନ୍ତୁ ନିଜେ ଆହତ ହୋଇ ଫେରିଲେ l ଦିନ ଦିପହରେ ମଧ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ l କେତେବେଳେ ରେପ ତ, କେତେବେଳେ ମର୍ଡର ଆଉ କେତେବେଳେ ପାରିବାରିକ ବିବାଦ ପରେ ଘଟିଯାଏ କରୁଣ ପରିଣତି, ଆଉ ଏ ସବୁ କୁ ରୋକିବାକୁ ଯାଇ ଅନେକ ସ୍ଥାନରେ ନିଜ ଜୀବନକୁ ମଧ୍ୟ ବାଜିରେ ଲଗେଇଦିଏ ଲୋକଙ୍କ ରକ୍ଷକ ବା ପୋଲିସ କର୍ମଚାରୀ l ଏପରି ଏକ ହାସ୍ୟାସ୍ପଦ ଘଟଣା ଘଟିଛି ବ୍ରହ୍ମପୁର ସହର ରେ, ସହରରେ ଅପରାଧ ଥମିବାର ନା ତ ଧରୁନି ଏବେ କିନ୍ତୁ ସାଧାରଣ ଲୋକ ତ ଲୋକ, ପୋଲିସ କର୍ମଚାରୀ ଙ୍କୁ ମଧ୍ୟ ଛାଡ଼ୁନାହିଁ ଅପରାଧୀ, ଆଇନ କୁ ଖୋଲା ଚ୍ୟାଲେଞ୍ଜ ଦେବା ସହ ପୋଲିସ ଉପରକୁ କରୁଛି ମରଣାନ୍ତକ ଆକ୍ରମଣ l
ସୂଚନା ପ୍ରକାରେ,ବ୍ରହ୍ମପୁର ସହର ର ବଡ଼ ଖେମୁଣ୍ଡି ସାହି ନିକଟ ବଢେଇ ସାହି ର ଅନିଲ ପଟ୍ଟନାୟକ ଏବଂ ତାଙ୍କ ଭାଇ ଗଣେଶ ଚନ୍ଦ୍ର ପଟ୍ଟନାୟକଙ୍କ ମଧ୍ୟରେ କୌଣସି କାରଣ ବଶତଃ ଝଗଡା ଚାଲିଥିଲା, ଅନିଲ ଙ୍କ ଭାଇ ମଦ ପିଇ ଏକ ଖଣ୍ଡା ଧରି ଆକ୍ରମଣ କରିବାକୁ ଆସିଥିବା ଜାଣି ଭାଇ ୧୧୨ ର ସହାୟତା ନେଇଥିଲେ ଏବଂ ସଂଗେ ସଂଗେ ୧୧୨ ଖବର ପାଇ ସେଠାରେ ପହଞ୍ଚି ଥିଲା l ସଙ୍ଗେ ସଙ୍ଗେ ଅନ୍ୟ ୨ଟି ERSS ଗାଡ଼ିକୁ ସେହି ସ୍ଥାନକୁ ପଠାଯାଇଥିଲା। ତଥାପି ସନ୍ଦିଗ୍ଧ ଗଣେଶ ଚନ୍ଦ୍ର ପଟ୍ଟନାୟକ ତାଙ୍କ ଭାଇକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ।କୌଣସି ଦ୍ୱିଧା ବିନା କନେଷ୍ଟବଳ ଶ୍ରୀ ବିଜୟ କୁମାର ମହାପାତ୍ର ଭାଇକୁ ବଞ୍ଚାଇବା ପାଇଁ ସାହସର ସହିତ ଡେଇଁ ପଡ଼ିଲେ।
ଭାଇକୁ ବଞ୍ଚାଇବାକୁ ଚେଷ୍ଟା କରିବା ସମୟରେ, ତାଙ୍କର ଡାହାଣ ହାତର ଆଙ୍ଗୁଠିରେ ଆଘାତ ଲାଗିଲା। ତାଙ୍କର ସମ୍ପୂର୍ଣ୍ଣ ସାହସିକ ଏବଂ ନିଃସ୍ୱାର୍ଥପର କାର୍ଯ୍ୟ ଯୋଗୁଁ, ତାଙ୍କର ଡାହାଣ ହାତର ଆଙ୍ଗୁଠିରେ ଆଘାତ ଲାଗିଲା।ତୁରନ୍ତ କନେଷ୍ଟବଳ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କୁ ସିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଇଥିଲା। ତାଙ୍କ କ୍ଷତରେ ଷ୍ଟିଚ୍ କରାଯାଇଥିଲା ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
ତେବେ ଅଭିଯୁକ୍ତ ଗଣେଶ ଚନ୍ଦ୍ର ପଟ୍ଟନାୟକଙ୍କୁ ପୋଲିସ ଅଟକ ରଖିଥିଲା।ପୋଲିସ କୁ ଦେଖି ଖଣ୍ଡା ଧରିଥିବା ଯୁବକ ପୁଲିସ କୁ ଆକ୍ରମଣ କରିଥିଲା l ଯାହା ଫଳରେ ପୋଲିସ କନେଷ୍ଟବଳ ଶ୍ରୀ ବିଜୟ କୁମାର ମହାପାତ୍ରଙ୍କ ହାତ କୁ ଖଣ୍ଡାରେ ଆହତ କରିଥିବା ଖବର ପାଇବା ପରେ ଖବର ପାଇ ଏସପି ଙ୍କ ସହ ଅନ୍ୟ ପୋଲିସ ଟିମ୍ ଉକ୍ତ ସାହିରେ ପହଞ୍ଚି ଥିଲେ l ପୋଲିସ ର ଗିରଫ ଭୟରେ ଫେରାର ହେବାକୁ ଯିବାବେଳେ ପୋଲିସ ଖଲିକୋଟ କଲେଜ ନିକଟରୁ ଆକ୍ରମଣ କାରୀ ଙକୁ ଗିରଫ କରିବା ରେ ସଫଳ ହୋଇଥିବ ଜଣା ପଡ଼ିଛି l ତେବେ ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି l