ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୟୂରଭଞ୍ଜ ଜିଲ୍ଲା ରେ ନିଶା ବେପାର ଏବଂ ଚୋରା ଚାଲାଣ କ୍ରମଶ ବୃଦ୍ଧି ପାଉଥିବା ବେଳେ ଏବେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ପାଦ ଦେଶରେ ଅଫିମ ଚାଷ ହେବା ଭଳି ଖବର ମିଳିଛି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ଶିମିଳିପାଳ ସଂଲଗ୍ନ ୨ଟି ଗ୍ରାମରେ ବେଆଇନ ଚାଷ ହୋଇଥିବା ୬୦ଲକ୍ଷ ଟଙ୍କାର ଅଫିମ ଗଛ ପୋଡି ନଷ୍ଟ କରାଯାଇଛି।ତେବେ ଅଫିମ ଚାଷ ବାବଦରେ କୌଣସି ବିଶ୍ବସ୍ତ ସୁତ୍ରରୁ ସୂଚନା ପାଇ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଯଶୀପୁର ପୋଲିସ୍, ଅବକାରୀ ବିଭାଗ ଓ ବନବିଭାଗର ମିଳିତ ଚଢାଉ ହୋଇଛି । ଆଜି ଶିମିଳିପାଳ ଵନାଞ୍ଚଳର ବରେହି ପାଣି ପଞ୍ଚାୟତ ବନ୍ଦିରାବାସ ଗ୍ରାମ ଇଲାକାର ୫୩ ଡିସିମିଲ ଜମି ରେ ଚାଷ ହୋଇଥିଵା ୪୮ ହଜାର ଅଫିମ ଗଛ କୁ ନଷ୍ଟ କରାଯାଇଥିବା ବେଳେ ଅସନ୍ ବଣୀ ଗ୍ରାମ ଅଞ୍ଚଳ ରେ ୮୫ ଡିସିମିଲ ଜାଗାରେ ଚାଷ ହୋଇ ଥିବା ୨୫ ହଜାର ଅଫିମ ଗଛ କୁ ପୋଡ଼ି ନଷ୍ଟ କରାଯାଇଛି ।
ତେବେ ଦୁଇଟି ସ୍ଥାନରୁ ନଷ୍ଟ କରାଯାଇଥିବା ଅଫିମର ମୂଲ୍ୟ ୬୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ଏଠାରେ ସ୍ଥାନୀୟ ବାସିନ୍ଦାକୁ ପୋସ୍ତ ଚାଷ କହି ଅଫିମ ମାଫିଆ ଅଫିମ ଚାଷ କରାଉଛନ୍ତି। ଏଥିରେ ବଡ଼ ବଡ଼ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବାର ଚର୍ଚ୍ଚା ହେଉଛି। ଅନ୍ୟ ପକ୍ଷରେ ଶିମିଳିପାଳ ଅଭୟାରଣ୍ୟ ରେ ଅଫିମ ଚାଷ ହୋଇ ଆସୁଥିଲେ ସୁଦ୍ଧା ଏଥିରେ ଅଫିମ ଚାଷୀ କିମ୍ବା ମାଫିଆ ମାନଙ୍କୁ ଧରିବାରେ ସଫଳ ହୋଇନି ପୋଲିସ୍ କିମ୍ବା ଅବକାରୀ ବିଭାଗ ଯାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ। ଯଶିପୁର ପୋଲିସ ପକ୍ଷରୁ ପୃଥକ୍ ପୃଥକ ମାମଲା ରୁଜୁ ସହିତ ମିଳିତ ବିଭାଗର କର୍ମଚାରୀ ଗୋଟି ଗୋଟି ଗଛ ଉପାଡି ଠୁଳ କରି କିରୋସିନି ଢାଳି ନିଆଁ ଲଗାଇ ନଷ୍ଟ କରିଛନ୍ତି। ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ବେଳେ ଜଡ଼ିତଙ୍କ ସମ୍ବନ୍ଧରେ ତଦନ୍ତ ଜାରି ରହିଛି ବୋଲି ପୋଲିସ ସୂଚନା ପ୍ରଦାନ କରିଛନ୍ତି l