ବ୍ରହ୍ମପୁର ପୋଲିସ ପକ୍ଷରୁ ପାଳିତ ହୋଇଯାଇଛି ପୋଲିସ ପ୍ରତିଷ୍ଠା ଦିବସ 

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜି ହେଉଛି ୯୦ତମ ପୋଲିସ ପ୍ରତିଷ୍ଠା ଦିବସ,ଏହି ଅବସରରେ ସାରା ରାଜ୍ୟରେ ପୋଲିସ ପକ୍ଷରୁ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହର ର ଆମ୍ଭପୁଆ ସ୍ଥିତ ରିଜେର୍ଭ ପଡିଆ ଠାରେ ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା ।

ଏହି ପ୍ରତିଷ୍ଠା ଦିବସରେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚିତାକର୍ଷକ ପରେଟକୁ ଅଭିବାଦନ ଗ୍ରହଣ କରିବା ସହ ଓଡିଶା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପ୍ରଦାନ କରିଥିଲେ। ପୋଲିସ ବାହିନୀ ର ଲୋକଙ୍କ ପ୍ରତି ରହିଥିବା କର୍ତ୍ତବ୍ୟ ଓ ସୁରକ୍ଷା ଉପରେ ନିଜ ଭାଷଣ ପ୍ରଦାନ କରିଥିଲେ। ପରିଶେଷରେ ବ୍ରହ୍ମପୁର ପୋଲିସ ତଥା ଜିଲ୍ଲାର ବିଭିନ୍ନ ଥାନାର ଦକ୍ଷ ପୋଲିସ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରତିଷ୍ଠା ଦିବସରେ ବ୍ରହ୍ମପୁର ଏସପି ଡାକ୍ତର ଶ୍ରବଣା ବେବେକ ଏମ, ଅତିରିକ୍ତ ଏସପି ସିମା ସ୍ୱାଇଁ,ଅତିରିକ୍ତ ଏସପି କୈଳାଶ ଚନ୍ଦ୍ର ବୁର୍ଦା ଙ୍କ ସମେତ ସମସ୍ତ ଥାନା ଅଧିକାରୀ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।

ତେବେ ବୈଦ୍ୟନାଥପୁର ଥାନା ପୋଲିସ ସୁଚିତ୍ରା ପରିଡା, କେ. ନୂଆଗାଁ ପୋଲିସ ଷ୍ଟେସନ SI ଅଞ୍ଜଳି ବେହେରା, ନିମଖଣ୍ଡି ପୋଲିସ si ଜ୍ଞାନ ରଞ୍ଜନ ବେହେରା ସମେତ ଜିଲ୍ଲାର ୧୬ ଜଣ ପୋଲିସ ଅଫିସର ଙ୍କୁ ସେମାନଙ୍କ ଉଚକୋଟିର କାର୍ଯ୍ୟ ପାଇଁ ସନମାନିତ କରାଯାଇଛି l

LEAVE A REPLY

Please enter your comment!
Please enter your name here